
ଖୋର୍ଦ୍ଧା,ରେଳ ଷ୍ଟେସନ ପରିସରରୁ ପିଇବା ପାଣି ଆଣିବାକୁ ଯାଇ ଜଣେ ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରେଳ ବିଭାଗର ଗାର୍ଡ ଏମ. ଏସଆର କ୍ରୀଷ୍ଣା। ସୂଚନା ଅନୁଯାୟୀ, ତାଳଚେରରୁ କୋଇଲା ବୋଝେଇ କରି ବିଶାଖାପାଟଣା ଅଭିମୁଖେ ଯାଉଥିବା ବେଳେ ମାଲବାହୀ ଟ୍ରେନଟି ଖୋର୍ଦ୍ଧାରୋଡ଼ ରେଳ ଡିଭିଜନ୍ ଅନ୍ତର୍ଗତ ଗଙ୍ଗାଧରପୁର ରେଳ ଷ୍ଟେସନରେ ଅଟକିଥିଲା। ତେବେ ରେଳ ଷ୍ଟେସନ ପରିସରରେ ଥିବା ପାଣି ଟ୍ୟାପରୁ ଏମ. ଏସଆର କ୍ରୀଷ୍ଣା ନାମକ ଏହି ୫୦ ବର୍ଷିୟ ଗାର୍ଡ ପାଣି ପାଇଁ ଯାଉଥିଲେ। ହେଲେ ହଠାତ ସେ ସେଠାରେ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ। ତଳେ ପଡିଯିବାରୁ ସେ ଗୁରୁତର ହୋଇପଡିଥିଲେ।ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଚିକିତ୍ସା ନିମନ୍ତେ ଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଟାଙ୍ଗୀ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃତକଙ୍କ ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।