ଭୁବନେଶ୍ଵର, ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରୀ ରହିଛି । କାଳବୈଶାଖୀ ସକାଶେ ଅରେଞ୍ଜ ଚେତାବନୀ ଜାରୀ କରିଛି ପାଣିପାଗ ବିଭାଗ । ୨୩ ଅପ୍ରେଲ ଅର୍ଥାତ୍ ଆଜି କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ଏବଂ ଝଡ଼-ପବନ ଘଂଟା ପ୍ରତି ୪୦ ରୁ ୫୦ କି.ମି. ବେଗରେ ବହିବାର ସମ୍ଭାବନା ରହିଛି ।
ସେହିପରି ୨୪ ଅପ୍ରେଲ ଅର୍ଥାତ୍ ଆସନ୍ତାକାଲି ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ଝଡ଼ ପବନ ଘଂଟା ପ୍ରତି ୪୦ ରୁ ୫୦ କି.ମି. ବେଗରେ ବହିବାର ସମ୍ଭାବନା ରହିଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।