ଭଦ୍ରକ – ଧାମରା ବନ୍ଦର ମଧ୍ୟରେ ଦିନକୁ ଦିନ ଡିଜେଲ ଚୋରୀ ବଢି ବଢି ଚାଲିଥିବା ବେଳେ ଏହାକୁ ରୋକ ଲଗାଇବାକୁ ବନ୍ଦର କର୍ତୁପକ୍ଷ ଚିନ୍ତା କରୁଛନ୍ତି। ଏହି ଚୋରୀ ରାକେଟରେ ଡ୍ରେଜିଂ ଜାହାଜର ଷ୍ଟାଫ ମାନେ ସଂପୃକ୍ତ ଥିବା ସାଧାରଣରେ ମତ ପ୍ରକାଶ ପାଇଛି। ଏହି ଡ୍ରେଜିଂ ଜାହାଜ ବନ୍ଦର ଠାରୁ ୨ କି.ମି ଦୂରରେ ବାଲି ଡ୍ରେଜିଂ କରୁଥିବା ବେଳେ ରାତିବେଳେ ଏହି ଜାହାଜର ଷ୍ଟାଫମାନେ ଚନ୍ଦନୀପାଳ ମାଫିଆ ମାନଙ୍କୁ ଡିଜେଲ ବିକ୍ରି କରିଥାନ୍ତି। ଗତକାଲି ବିଳମ୍ବିତ ରାତିରେ ଚନ୍ଦନୀପାଳ ଅଂଚଳର ସୁକାନ୍ତ ସାହୁ, ରାଜେଶ ମାଝୀ, ଗୌତମ ସାହୁ, ସୁବାଶ ବାଗ, ଶଶାଙ୍କ ପାତ୍ର ପ୍ରମୁଖ ୧୨ଶହ ଲିଟର ଡିଜେଲ ଏହି ଡ୍ରେଜିଂ ଜାହାଜରୁ ଆଣୁଥିବା ସମୟରେ ଧାମରା ବନ୍ଦର ନିରପତା ଅଧିକାରୀଙ୍କ ଦ୍ବାରା ଅଟକ ରହିଥିଲେ। ପରେ ଆଜି ସନ୍ଧ୍ୟାରେ ଧାମରା ବନ୍ଦର ନିରାପତା ଅଧିକାରୀ ଧାମରା ମେରାଇନ ଥାନା ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇଥିଲେ। ଧାମରା ଥାନାର ସେକେଣ୍ଡ ଅଫିସର ଲିଖିତ ଭାବରେ ଏହି ଅଭିେଯାଗ ପାଇଛନ୍ତି ଏବଂ ମାଫିଆ ମାନେ ୧୨ଶହ ଲିଟର ଡିଜେଲ ଆଣିଥିବା କଥା କହୁଥିବା ବେଳେ ଧାମରା ମେରଇାନ ଥାନାଧିକାରୀ ୬ଶହ ଲିଟର ଡିଜେଲ ଜବତ ହୋଇଥିବା କତା କହିଛନ୍ତି ଏବଂ ଏ ବାବଦରେ ଅଧିକ ଅନୁସନ୍ଧାନ ଜାରୀ ରଖିଛନ୍ତି ବୋଲି ମତ ରଖିଛନ୍ତି। ପ୍ରତିଦିନ ଏହି ଡ୍ରେଜିଂ ଜାହାଜରୁ ବିପୁଳ ପରିମାଣରେ ଡିଜେଲ ବିକ୍ରି ହେଉଛି ଏବଂ ଏହା ବଦଳରେ ମାଫିଆ ମାନେ ଡ୍ରେଜିଂ ଜାହାଜ ଅଧିକାରୀଙ୍କୁ ମଦ,ମାଂସ ଏବଂ ଟଙ୍କା େଯାଗଇ ଦିଆ ଯାଉଛି ବୋଲି ମାଫିଆ ମାନେ ନିଜର ପ୍ରତିକ୍ରିୟା ରଖିଛନ୍ତି। କେଉଁ ପରିସ୍ଥିତିରେ ଧାମରା ବନ୍ଦର ଅଧିକାରୀ ଏହି ଚୋରୀକୁ ପ୍ରଶୟ ଦେଉଛନ୍ତି ଏବଂ ଏହା ଉପରେ ଅଧିକ ତଦନ୍ତ ଜରୁରୀ ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ଏହି ଚୋରୀରେ ବନ୍ଦର ପ୍ରଶାସନର ହାତ ରହିଛି ବୋଲି ଭାରତୀୟ ମଜଦୁର ସଂଘର ସଂପାଦକ ଚନ୍ଦ୍ରଶେଖର ଜେନା ପ୍ରତିକ୍ରିୟା ରଖିବା ସହ ଏହି ଚୋରୀ କରୁଥିବା ମାଫିଆ ମାନେ ବହୁ ପ୍ରକାର ଅସାମାଜିକ କାଯ୍ର୍ୟକଳାପରେ ଲିପ୍ତ ରହୁଥିବା କଥା ମଧ୍ୟ ସେ କହିଛନ୍ତି। ସେହିପରି ଗତକାଲି ଧାମରା ବନ୍ଦର ମଧ୍ୟରୁ ଆସୁଥିବା ଏକ ଟ୍ରକରେ ୫ଶହ ମିଟରରୁ ଅଧିକ କେବୁଲ ତାର ଚୋରୀ ହୋଇଥିବା ସିସିଟିଭି ଫୁଟେଜରୁ ଜଣାଯାଇଛି। ବନ୍ଦର ମଧ୍ୟରୁ ଆସୁଥିବା ଏହି ଟ୍ରକ ବାଲି ବୋହିବା ପାଇଁ ନିୟୋଜିତ ହୋଇଥିବା ବେଳେ ସେଥିରେ ଏହି କେବୁଲ ଅଣାଯାଇଥିଲା। ଏବଂ ସେହି ଟ୍ରକ କଇଥଖୋଲା ଠାରେ ବାଲି ଡµିଂ କରୁଥିବା ବେଳେ ସେଠାରେ ଏହି କେବୁଲ ବାହାରିଥିଲା। ପରେ ଟ୍ରକ ଚାଳକ ଏବଂ ଏହି ଚୋରୀରେ ସଂପୃକ୍ତ ଥିବା ଅନ୍ୟ ୩ଜଣ ସେଠାରୁ ଅନ୍ୟ ଏକ ଗାଡିରେ ଏହି କେବୁଲ ନେଇ ଫେରାର ହୋଇ ଯାଇଥିଲେ। ପରେ ଧାମରା ବନ୍ଦର ଅଧିକାରୀ ସିସିଟିଭି ଫୁଟେଜ ଯାଂଚ କରି ଧାମରା ଥାନାରେ ସଂପୃକ୍ତ ଟ୍ରକ ଚାଳକଙ୍କ ନାମରେ ଲିଖିତ ଅଭିେଯାଗ କରିଥିବା ବେଳେ ଟ୍ରକ ଚାଳକ ଫେରାର ହୋଇ ଯାଇଥିବା ଜଣାଯାଇଛି।
Related Stories
November 23, 2024