କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଅକ୍ଷୟ ତୃତୀୟା ଭଳି ଏକ ପବିତ୍ର ଦିନରେ ବହୁ ମଙ୍ଗଳିକା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇଥାଏ l କିନ୍ତୁ ଦୁର୍ଭାଗ୍ୟ ବଶତଃ ବାଲ୍ୟ ବିବାହ ଭଳି କୁପ୍ରଥା କେତେକ ଅଂଚଳ ଏବଂ କେତେକ ଜନ ଜାତି ରେ ଏବେ ମଧ୍ୟ ପ୍ରଚଳିତ ଅଛି।ଏହି ସମୟରେ ସେମାନେ ବାଲ୍ୟ ବିବାହ ପାଇଁ ପ୍ରସ୍ତୁତ ହେଉଥାନ୍ତି।ଏହାକୁ ବ୍ୟାପକ ସଚେତନତା ମାଧ୍ୟମରେ ରୋକା ଯାଇ ପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ କହିଛନ୍ତି। ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବାଲ୍ୟ ବିବାହ କୁ ପ୍ରତିହତ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ପ୍ରାକୃତିକ ନିୟମ ଆଧାର ରେ ସୃଷ୍ଟି ପରିଚାଳିତ ହେବା ପରି ଆଇନ ଓ ନିୟମ ଆଧାର ରେ ସମାଜ ପରିଚାଳିତ ହେଉଛି।ତେଣୁ ଆଇନ ମୁତାବକ ଉପଯୁକ୍ତ ବୟସରେ ପିଲା ମାନଙ୍କୁ ବିବାହ ଦେଲେ ସାମାଜିକ, ମାନସିକ, ଓ ସ୍ୱାସ୍ଥ୍ୟଗତ ସମସ୍ୟା ରହିବ ନାହିଁ।ଏଥିପାଇଁ ପ୍ରତି ସ୍ତରରେ ଉଦ୍ୟମ ହେଉ ବୋଲି ସେ ଆହ୍ୱାନ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି ଓ ଏହା ସମାଜ କୁ ରୁଗ୍ଣ କରି ଦେଇଥାଏ ବୋଲି କହିବା ସହ ଏହା ଦ୍ଵାରା ପରିବାର, ସମାଜ ଓ ଉତ୍ତର ପିଢି କ୍ଷତି ଗ୍ରସ୍ତ ହୋଇ ଥାଏ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ କଲ୍ୟାଣ କମିଟି ର ଅଧ୍ୟକ୍ଷ ଡା ଅଜିତ କୁମାର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମମତା ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଏଚ ଆର ପି ସି ର ଡିଏସପି ତିଳୋତ୍ତମା ରାଉତ,ବାଲ୍ୟ ବିବାହ ପ୍ରତିହତ ର ଜିଲ୍ଲା ସଂଯୋଜିକା ରଂଜିତା ଦାଶ ପ୍ରମୁଖ ବାଲ୍ୟ ବିବାହ ପ୍ରତିହତ ସମ୍ପର୍କରେ ଆଲୋଚନା କରିଥିଲେ।ପ୍ରୋଗ୍ରାମ ଅଫିସର ଶର୍ମିଷ୍ଠା ହୋତା କର୍ମଶାଳା କୁ ପରିଚାଳନା କରିଥିଲେ।ଏଥିରେ ସିଡିପିଓ, ସୁପରଭାଇଜର, ଅଙ୍ଗନବାଡି କର୍ମୀ,ସ୍ୱୟଂ ସହାୟକ ଗୋଷ୍ଠୀ ର କର୍ମକର୍ତ୍ତା, ଧର୍ମାନୁଷ୍ଠାନ ର ପୂଜକ, ଚାଇଲ୍ଡ ଲାଇନ ଓ ୱ।ନ ଷ୍ଟପ ସେଣ୍ଟର ର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। ଜିଲ୍ଲା କୁ ବାଲ୍ୟବିବାହ ମୁକ୍ତ କରିବା ସହିତ ଏକ ଜିଲ୍ଲା ସ୍ଥରୀୟ ସଚେତନତା ର ଆରମ୍ଭ କରିବା ପାଇଁ ଆଲୋଚନା କରାଗଲା l ଜିଲ୍ଲା ସ୍ତରରୁ ଗ୍ରାମ ସ୍ତର ପର୍ଯ୍ୟନ୍ତ ବାଲ୍ୟ ବିବାହର କୁପରିଣାମ ବିଷୟରେ ସଚେତନତା କରାଯିଵା ଉଚିତ l ତାହା ସହିତ କିଶୋର କିଶୋରୀ ଙ୍କ ଅଧିକାର କାର୍ଯ୍ୟକ୍ରମ କିପରି ଜିଲ୍ଲା ରେ ପ୍ରାଧାନ୍ୟ ମୂଳକ ଭାବରେ ପ୍ରଚଳିତ ହେବ ଆଲୋଚନା କରାଯାଇଥିଲା l
Related Stories
November 24, 2024