ମାଲକାନଗିରି, କୋରାପୁଟ ସ୍ଥିତ ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓ ମାଲକାନଗିରି ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ମାଲକାନଗିରି ଠାରେ ଆଜି ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜି-୨୦ ଏବଂ ଭାରତର ବିଶ୍ବ ନେତୃତ୍ବ ଶୀର୍ଷକରେ ଅତିଥିମାନେ ନିଜର ମତପ୍ରକାଶ କରିଛନ୍ତି। ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଢ଼ଙ୍ଗୀଙ୍କ ନେତୃତ୍ବରେ ଆୟୋଜିତ ଏହି ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ସହକାରୀ ପ୍ରଫେସର ତଥା ଜି -୨୦ ନୋଡାଲ ଅଧିକାରୀ ଡ. ପ୍ରଦୋଶ କୁମାର ରଥ ଓ ସମ୍ମାନିତ ଅତିଥି ଭାବେ ମହାତ୍ମାଗାନ୍ଧୀ ଜାତୀୟ ଫେଲୋର ସ୍ବଧାଶ୍ରୀ ସାହୁ ଯୋଗଦେଇ ଏକ ପୃଥିବୀ ଏକ ପରିବାର ଏକ ଭବିଷ୍ୟତର ପରିକଳ୍ପନା କରି ବସୁଧୈବକୁଟୁମ୍ବକଂ ବିଷୟରେ କହିଥିଲେ। ଏଥିସହ ଜି-୨୦ ର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ପ୍ରକାଶ କରିଥିଲେ। ମାଲକାନଗିରି ମହାବିଦ୍ୟାଳୟର ନୋଡାଲ ଅଫିସର ଡ. ରଞ୍ଜନ କୁମାର ସ୍ବାଇଁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଗୌତମ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ମହାବିଦ୍ୟାଳର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗ ଦେଇଥିଲେ।
Related Stories
November 23, 2024