
ଭୁବନେଶ୍ୱର, ଗୁଡ଼ୁ ମୁସଲିମର ଡ୍ରାଇଭର ରାଜା ଖାନର ବିଜେଡ଼ିର ପୁର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସହ ସଂପର୍କକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି। ବିଜେପିର ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି ଯେ ପୂର୍ବତନ ମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ଥିଲେ ରାଜା ଖାନ୍। ସ୍ଥାନୀୟ ଅଞ୍ଚଳରେ ସେମାନଙ୍କ ସଂପର୍କାକୁ ନେଇ ଚର୍ଚ୍ଚା ରହିଛି । ଗୁଡ଼ୁ ମୁସିଲିମ୍ ଓଡ଼ିଶାକୁ ସୁରକ୍ଷିତ ଭାବି ଏଠି ବେପାର କରିବାକୁ ପଳେଇ ଆସିଲେ। ଏତେ ଦିନ ଧରି ବ୍ୟବସାୟ ଚାଲିଥିଲା ଓଡ଼ିଶା ପୋଲିସ କିମ୍ଭା ଏସଟିଏଫ୍ ଧରି ପାରିଳେନି କେମିତି। ପୁର୍ବତନ ମନ୍ତ୍ରୀଙ୍କ ଲିଙ୍କ୍ ଥିବାରୁ ପୋଲିସ ହାତ ମାରି ନଥାଇ ପାରେ ସନ୍ଦେହ ହେଉଛି ବୋଲି ସେ କହିଛନ୍ତି ।