ଭୁବନେଶ୍ୱର, ଲାଞ୍ଜିଗଡ଼ ଗଣ ଦୁଷ୍କର୍ମ ଘଟଣାରେ ଆଇନଶୃଖଂଳା ସ୍ଥିତି ବିପର୍ଯ୍ୟସ୍ତ କହି ରାଜ୍ୟ ସରକାରଙ୍କୁ ବିଜେପି ପକ୍ଷରୁ ଟାର୍ଗେଟ କରାଯାଇଛି । ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ଯେ କଳାହାଣ୍ଡି ଳାଞ୍ଜିଗଡ଼ରେ ଦୁଷ୍କର୍ମ ଘଟଣାରେ ମାମଲା କରିବାକୁ କାହିଁକି ପୋଲିସକୁ 4 ଦିନ ଲାଗିଲା ।
ସେ ଅଭିଯୋଗ କରିଛନ୍ତି ଯେ ମାମଲା ରୁଜୁ କରିବା ବଦଳରେ ଅଭିଯୋଗ ନକରିବାକୁ ପୀଡ଼ିତାଙ୍କୁ ପୋଲିସ ଉସୁକାଇଥିଲା । 7 ଦିନ ପରେ ବି ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳ ବୋଲି ସେ କହିଛନ୍ତି । । ଖାଲି ଲାଞ୍ଜିଗଡ଼ ନୁହେଁ କଟକରେ ବି ଜଣେ ଜୁବତୀର ଦୁଷ୍କର୍ମ ହୋଇଛି। ରାଜ୍ୟରେ ପୋଲିସ ପ୍ରଶାସନର କ୍ଷୟ ଘଟିଛି। ଅପରାଧୀ ମାନେ ପୋଲିସକୁ ଭୟ କରୁ ନାହାନ୍ତି। ସରକାରରେ ଥିବା ମନ୍ତ୍ରୀମାନଙ୍କ ନାଁରେ ମାମଲା ଥାଇ ମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ଅପରାଧୀଙ୍କର ସାହସ ବଢିଛି। ରାଜ୍ୟ ସରକାରର ମନ୍ତ୍ରୀ ମାନେ ଅପରାଧୀର ରୋଲ୍ ମଡ଼େଲ୍ ସାଜିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ମହିଳା ବିରୋଧୀ ଅପରାଧରେ ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲେରାନ୍ସ ନାରା କୁଆଡେ ଗଲା ପ ସେ ପ୍ରଶ୍ନ କରିଛନ୍ତି ।
ରାଜ୍ୟରେ 9.2 ପ୍ରତିଶତ ଦଣ୍ଡବିଧାନ ହାର ପୋଲିସର ଅପରାଗତାକୁ ସ୍ପଷ୍ଟ କରୁଛି। ବିଜେଡ଼ି ସରକାର ମହିଳାଙ୍କ ପ୍ରତି ସମ୍ବେଦନ ହୀନ ଏହାର ଜବାବ ମହିଳାମାନେ ଆଗାମୀ ନିର୍ବାଚନରେ ଦେବେ ବୋଲି ସେ କହିଛନ୍ତି ।