ଗଞ୍ଜାମ,ଏକ ଗଞ୍ଜେଇ ଚାଲାଣ ମାମଲାର ଶୁଣାଣି କରି ଆବଶ୍ୟକ ପ୍ରମାଣକୁ ଭିତି କରି ବ୍ରହ୍ମପୁର ଏଡିଜେ-୧ ଡଃ. ଇନ୍ଦୁ ଶର୍ମା ୨ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ଦୁଇ ଆସାମୀ ହେଲେ ରାଜସ୍ଥାନର ମାଧବଲାଲ ଭିଲେ ଏବଂ ମଙ୍ଗିଲାଲ ଗୋରନା । ଏଥିସହ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ପ୍ରଦାନ ପାଇଁ କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୨୧ ମସିହା ଅକ୍ଟୋବର ୨୧ ତାରିଖରେ ଅବକାରୀ ଟିମ୍ ଖୋଡାସିଙ୍ଗି ରାସ୍ତାରେ ଏକ ଟ୍ରକ୍ ଅଟକାଇ ଯାଂଚ୍ କରିବା ବେଳେ ଗାଡିରୁ ୫୦୦ କେଜି ଗଞ୍ଜେଇ ଜବତ ହୋଇଥିଲା । ଘଟଣାରେ ଅବକାରୀ ବିଭାଗ ପକ୍ଷରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା । ମାମଲାର ବିଚାରଣା କରି ଆଜି କୋର୍ଟ ତାଙ୍କ ରାୟରେ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି ।