
ଭଦ୍ରକ – ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭଦ୍ରକର ବରିଷ୍ଠ ନାଗରିକମାନଙ୍କ ତୀର୍ଥଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ ମୁଖ୍ୟ ଅତିଥି, ଭଦ୍ରକ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲ୍ଲାପାଳ ପୀତାମ୍ବର ସାମଲ ପତାକା ହଲାଇ ଉଦ୍ଘାଟନ କରିବା ସହିତ ସେମାନଙ୍କ ଯାତ୍ରାର ଶୁଭକାମନା କରିଥିଲେ। ଭଦ୍ରକ ଜିଲ୍ଲାର ବିଭିନ୍ନ ଅଳରୁ ମୋଟ ୭୭ ପୁରୁଷ ଓ ୬୯ ମହିଳାଙ୍କୁ ମିିଶାଇ ମୋଟ ୧୪୬ଜଣ ବରିଷ୍ଠ ନାଗରିକଙ୍କୁ ନେଇ ତିନୋଟି ବସ୍ ଆଜି ବାଲେଶ୍ବର ଅଭିମୁଖେ ଯାତ୍ରା କରିଛି। ଏହି ତୀର୍ଥଯାତ୍ରୀମାନେ ବାଲେଶ୍ବର ଠାରେ ରହଣି କରିବେ। ଆସନ୍ତାକାଲି ଏହି ବରିଷ୍ଠ ନାଗରିକମାନେ ଦିନ ୧୧ଟା ୪୫ରେ ସ୍ବତନ୍ର ତୀର୍ଥଯାତ୍ରା ଟ୍ରେନରେ ହରିଦ୍ବାର ଓ ରିଶିକେଶ ଯାତ୍ରା କରିବେ। ଏମାନେ ଆସନ୍ତା ୧୮ ତାରିଖରେ ପ୍ରତ୍ୟାବର୍ନ କରିବେ। ଏମାନଙ୍କ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରସିକ ମହାନ୍ତି ଓଏସଡି ଏବଂ ସହକାରୀ ଜିଲ୍ଲାପାଳ ବସନ୍ତ କୁମାର ଲେଙ୍କା ଗାଇଡ୍ ଭାବେ ଯାତ୍ରା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀମାନେ େଯାଗ ଦେଇଥିଲେ।