
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟନ୍ତୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ -“ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ଃ. ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ବିଭିନ୍ନ ସମାଜ ସଂସ୍କାରମୂଳକ କାର୍ଯ୍ୟ ସହ ରାଜ୍ୟର ପ୍ରଗତି ଓ ଦେଶର ସ୍ଵାଧୀନତା ପାଇଁ ତାଙ୍କର ବହୁମୂଲ୍ୟ ଯୋଗଦାନ ସର୍ବଦା ପ୍ରେରଣାର ଉତ୍ସ।“