
ଭୁବନେଶ୍ୱର, ପୂର୍ବତନ ସାଂସଦ ତଥା ପ୍ରବୀଣ ରାଜନେତା ତି୍ରଲୋଚନ କାନୁନଗୋଙ୍କ ପରଲୋକରେ ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ପଣ୍ଡା ସ୍ୱର୍ଗତ କାନୁନଗୋଙ୍କୁ ସ୍ୱଚ୍ଛ ରାଜନୀତିରେ ବିଶ୍ୱାସୀ ନେତା ଭାବରେ ଅଭିହିତ କରିଛନ୍ତି ।
ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ତିନିଥର ବିଧାୟକ ଓ ଥରେ ସାଂସଦ ହୋଇଥିବା ତି୍ରଲୋଚନବାବୁ ଅର୍ଥନୀତିରେ ବେଶ୍ ପ୍ରବୀଣ ଥିଲେ । ବ୍ୟବସ୍ଥାପକ ସଭାରେ ବିଭିନ୍ନ ପ୍ରସଙ୍ଗରେ ତାଙ୍କର ବକ୍ତବ୍ୟ ସାରଗର୍ଭକ, ଅର୍ଥପୂର୍ଣ୍ଣ ଓ ପ୍ରଭାବୀ ରହିଥିଲା । କଟକ ପୌରପାଳିକାର ଦୁଇଥର ଅଧ୍ୟକ୍ଷ ରହିଥିବା ସ୍ୱର୍ଗତ କାନୁନଗୋ ଅର୍ଥ ଆୟୋଗର ଅଧ୍ୟକ୍ଷ ଭାବରେ ଅତ୍ୟନ୍ତ ନିଷ୍ଠାର ସହ କାର୍ଯ୍ୟ କରିଥିଲେ । ଶୃଙ୍ଖଳା, ସରଳତା, ନିରାଡ଼ମ୍ବର ଜୀବନଧାରା ଓ ସ୍ୱଚ୍ଛ ଚିନ୍ତନର ସେ ଥିଲେ ଅସାଧାରଣ ପ୍ରତୀକ । ତାଙ୍କ ବିୟୋଗରେ ଓଡ଼ିଶା ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ହରାଇଲା ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ।
ମନ୍ତ୍ରୀ ଶ୍ରୀ ପଣ୍ଡା ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।