
ନୂଆପଡା, ନୂଆପଡାରେ ପୁଣି ବାଘ ଆତଙ୍କ । ବାଛୁରୀକୁ ଶିକାର କଲା କଲରାପତରିଆ ବାଘ । କେନ୍ଦୁବାହାରା ବିଟ ଅମାନାରା ସେକ୍ସନ ବ୍ରାହ୍ମଣି ଗାଁର ଘଟଣା । ଅଗୁନ ରାଉତଙ୍କ ବାଛୁରୀ ମହୁଲ ଫୁଲ ଖାଇବାକୁ ଯାଇଥିବା ବେଳେ ଆଜି ଭୋର ସମୟରେ ବାଘ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ଫରେଷ୍ଟର ଚୁଡାନାଥ ସରାଫ୍ ।
୬ ଦିନ ହେବ ସିଲିଆରୀ ବାହାରା ଅଞ୍ଚଳରୁ ଏକ ଅସୁସ୍ଥ ବାଘକୁ କାବୁ କରି ଚିକିତ୍ସା କରାଯାଉଥିବା ବେଳେ ଏବେ ପୁଣି ଏକ ବାଘ ସେହି ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି।