ଭଦ୍ରକ – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଗୁଆମାଳ ପାୟତ ଅଧୀନ ସଦାନନ୍ଦପୁର ସ୍ଥିତ ଶଶୀଶୋଭା ବାଳିକା ହାଇସ୍କୁଲ ପରିସରରେ ଗୁରୁବାର ଓଡ଼ିଶା ମାଧ୍ଯମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା), ତିହିଡ଼ି ବ୍ଲକ ଆନୁକୂଲ୍ୟରେ ୪୦ତମ ବାର୍ଷିକ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ସାମାଜସେବୀ ଦୀନବନ୍ଧୁ ପତି ଉତ୍ସବକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ସଭାରେ ସଂଘର ବ୍ଲକ ସଭାପତି ବାଳକୃଷ୍ଣ ସେନାପତି ପୌରୋହିତ୍ୟ କରିଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ଯକ୍ଷା ବିଦୁ୍ୟତ୍ଲତା ନାୟକ େଯାଗ ଦେଇ ଶିଶୁ ଉତ୍ସବ ଶିଶୁମାନଙ୍କର ଅନ୍ତର୍ନିହିତ ପ୍ରତିଭା ବିକାଶରେ ସହାୟକ ହୁଏ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଓଷ୍ଟା ଜିଲା ସµାଦକ ପ୍ରଦୀପ୍ତ କୁମାର ଦାସ, ସରପ ପ୍ରଦୀପ କୁମାର ପଣ୍ଡା, ରାଜ୍ୟ ଓଷ୍ଟା ସµାଦକ ଅକ୍ଷୟ କୁମାର ହୋତା, ସୁରଜିତା ନାୟକ, ଶ୍ରୀକାନ୍ତ କୁମାର ନାୟକ େଯାଗ ଦେଇଥିଲେ। ସଂଘର ବ୍ଲକ ସµାଦକ ଦେବବ୍ରତ ତ୍ରିପାଠୀ ବିବରଣୀ ପାଠ କରିଥିଲେ। ପ୍ରଧାନଶିକ୍ଷକ ପ୍ରଦୀପ କୁମାର ବାରିକ ଅତିଥି ପରିଚୟ ଦେଇଥିଲେ। ବିଶ୍ବନାଥ ପଣ୍ଡା ଧନ୍ୟବାଦ ଦେଇଥିଲେ। ସ୍କୁଲର ଶିକ୍ଷୟତ୍ରୀ, ଶିକ୍ଷକ ଏବଂ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହେଯାଗ କରିଥିଲେ। ଅନୁଷ୍ଠିତ ଏହି ଉତ୍ସବରେ ବ୍ଲକର ୨୫ଟି ସ୍କୁଲରୁ ୨ଶହ ଛାତ୍ରୀଛାତ୍ର ଭାଗ ନେଇଥିଲେ। ସେମାନଙ୍କ ମଧ୍ଯରେ ତର୍କ, ସଙ୍ଗୀତ, ଚିତ୍ରାଙ୍କନ, କବିତା ଆବୃତି, କବିତା ରଚନା, ଏକକ ଅଭିନୟ, ନୃତ୍ୟ, କୁଇଜ୍ ଇତ୍ୟାଦି ୧୦ଟି ବିଭାଗରେ ପ୍ରତିେଯାଗିତା ଅନୁଷ୍ଠିତ ହୋଇଥିଲା।
Related Stories
November 7, 2025
November 7, 2025
November 7, 2025
