ଗଞ୍ଜାମ, ଚଳିତ ବର୍ଷ ଭଞ୍ଜନଗର ଠାକୁରାଣୀ ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ମଇ ୩ ତାରିଖ ଠାରୁ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବ । ପ୍ରତି ତିନି ବର୍ଷରେ ଥରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । କିନ୍ତୁ, କରୋନା କଟକଣା ପାଇଁ ଚଳିତ ବର୍ଷ ୬ ବର୍ଷ ପରେ ଏହି ଯାତ୍ରା ଅନୁଷ୍ଠିତ ହେଉଛି । ତେଣୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଠାକୁରାଣୀ ଯାତ୍ରାକୁ ନେଇ ଉତ୍କଣ୍ଠା ପରିଲକ୍ଷିତ ହୋଇଛି ।
ଯାତ୍ରା ପାଇଁ ବିଭିନ୍ନ ସ୍ଥାନରେ ତୋରଣ, ମଣ୍ଡପ ଓ ସାଜସଜ୍ଜା କାମ ଦୃତ ଗତିରେ ଆଗେଇ ଚାଲିଛି । ଏହି ଯାତ୍ରା ୨୧ ଦିନ ବ୍ୟାପୀ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି । ଭଞ୍ଜନଗର ବିଧାୟକ ତଥା ବାଚସ୍ପତି ବିକ୍ରମ କେଶରୀ ଆରୁଖ (ମୁଖ୍ୟ ଉପଦେଷ୍ଟା), ଉପଜିଲ୍ଲାପାଳ ଯାତ୍ରାର ପୁରୋଧା ଦାୟିତ୍ଵ ଗ୍ରହଣ କରିଛନ୍ତି ।