କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ ରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ ବେଆଇନ ବୋଲି ମାନ୍ୟବର ସୁପ୍ରିମ କୋର୍ଟ ରାୟ ପରେ ସାରା ପୁରୀ ଜିଲ୍ଲାରେ ଚାଷୀ ମାନଙ୍କ ମଧ୍ୟରେ ଗଭୀର ଉତ୍ସାହ, ଆନନ୍ଦ ପରିଲକ୍ଷିତ ହୋଇଛି। ଏ ବିଜୟର ସମ୍ପୁର୍ଣ୍ଣ ଶ୍ରେୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର । ଏଥି ନିମନ୍ତେ ଆସନ୍ତା ମେ ମାସ ରେ ପୁରୀ ଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ର ବିଜୟ ଉତ୍ସବ ପାଳନ କରାଯିବ ବୋଲି ବେଦାନ୍ତ ବିଶ୍ଵବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ଆବାହକ ତଥା ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ ମତ ପ୍ରକାଶ କରିଛନ୍ତି।
ଏହି ଉପଲକ୍ଷେ ସ୍ଥାନୀୟ ବେଲଦଳ ଠାରେ ବେଦାନ୍ତ ବିଶ୍ଵବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି ଦ୍ବାରା ଆୟୋଜିତ ବୈଠକ ରେ ଅଧ୍ୟକ୍ଷତା କରି ଆବାହକ ଶ୍ରୀ ରଥ କହିଥିଲେ ଆସନ୍ତା ତା ୨୩-୦୪-୨୩ ପବିତ୍ର ଅକ୍ଷୀତୃତୀୟ ଦିନ ଚାଷୀ ଭାଇମାନେ ନିଜ ଚାଷ ଜମିର ଅକ୍ଷୀମୁଠି ଅନୁକୂଳ କରି ନିଜ ନିଜର ଅଧିକାର ସାବ୍ୟସ୍ତ କରିବେ।
ଆଗାମୀ ମେ ମାସରେ ପାଳିତ ହେବାକୁ ଯାଉଥିବା ବିଜୟ ଶୋଭାଯାତ୍ରା ରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ର ବରିଷ୍ଠ ଅଧିବକ୍ତା ଶ୍ରୀଯୁକ୍ତ ପ୍ରଶାନ୍ତ ଭୂଷଣ, ନର୍ମଦା ବଞ୍ଚାଓ ଆନ୍ଦୋଳନ ର ପୁରୋଧା ମେଧା ପାଠକର, ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ର ନେତୃମଣ୍ଡଳୀ, ପରିବେଶବିତ୍, ସମାଜସେବୀ, ଚାଷୀ ଭାଇ ମାନେ ଏହି ବିଜୟ ଉତ୍ସବ ରେ ଯୋଗଦାନ କରିବେ। ପ୍ରାୟ ୧୦ ହଜାର ଲୋକ ଏଥିରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ସଂପୂର୍ଣ୍ଣ ରାୟ କୁ ଓଡ଼ିଆରେ ଅନୁବାଦ କରାଯାଇ ଲୋକଙ୍କୁ ଆବଣ୍ଟନ କରାଯିବା ସହ ଦୀର୍ଘ ୧୭ ବର୍ଷ ଧରି ରାଜ୍ୟ ସରକାର ଯେଉଁ ଭଳି ହିଟଲର ଶାସନ କରି ଚାଷୀ ଭାଇ ମାନଙ୍କୁ ଶାରୀରିକ, ଆର୍ଥିକ, ମାନସିକ ଯନ୍ତ୍ରଣା ଦେଇ ଆସିଥିଲେ ତାହାର ପରିସମାପ୍ତି ଘଟିବା ସହ ଆଗାମୀ ଦିନରେ କିଭଳି ସେମାନଙ୍କ ଜମି ଫେରି ପାଇବେ ତାହା ଉପରେ ସରକାର ଙ୍କ ପାଖରେ ଦାବୀ ରଖାଯିବ।
ଏହି ଗୁରୁତ୍ଵ ପୁର୍ଣ୍ଣ ବୈଠକ ରେ ବାଇଶି ମୌଜା ଅନ୍ତର୍ଗତ ସମସ୍ତ ପଞ୍ଚାୟତ ର ସଭାପତି,କର୍ମକର୍ତ୍ତା,ବେଦାନ୍ତ ବିଶ୍ଵବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି ର ସଭାପତି ଦାମୋଦର ପ୍ରଧାନ, ବିଷ୍ଟୁ ପ୍ରସାଦ ମିଶ୍ର, ଗଙ୍ଗାଧର ପ୍ରଧାନ, ଉମା ଚରଣ ପ୍ରଧାନ, ଲକ୍ଷ୍ମଣ ପ୍ରଧାନ, ରବି ସାମନ୍ତରା, ବରିଷ୍ଠ ସମାଜ ସେବୀ ଦେବୀ ପ୍ରସାଦ ପୃଷ୍ଟି, ଏନସିପି ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, କୈଳାସ ସ୍ଵାଇଁ, ପର୍ଶୁରାମ ପ୍ରଧାନ, ମଧୁସୂଦନ ରାଉତରାୟ, ମାଧବ ପରିଡ଼ା, ହରପ୍ରସାଦ ଜେନା, ରାଜକିଶୋର ଜେନା, ଗଙ୍ଗାଧର ପ୍ରଧାନ, କିଶୋର ପ୍ରଧାନ, ଶିବପ୍ରସାଦ ବେହେରା, ରାଜକିଶୋର ସ୍ଵାଇଁ, ଅବିନାଶ ମିଶ୍ର, ଯୁବ ନେତା ସ୍ଵାଧୀନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।