ପୁରୀ ସହର ଏକ ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳ ରୂପେ ଯେତିକି ପରିଚିତ, ପ୍ରାକୃତିକ ଦୁର୍ବିପାକ ଚରାସ୍ଥଳ ରୂପେ ସେତିକି ବିପଦଗ୍ରସ୍ତ। ହୋଟେଲ ଶିଳ୍ପ ଗୁଡିକ ସମୁଦ୍ରର ବହୁତ ସନ୍ନିକଟରେ ଥିବା ଯୋଗୁ ଏଗୁଡିକ ସବୁବର୍ଷ ହେଉଥିବା ବାତ୍ଯା ଯୋଗୁ ବିଶେଷ ରୂପେ କ୍ଷତିଗ୍ରସ୍ତ ହୋଇଆସୁଅଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ବିଭିନ୍ନ ପ୍ରକାରର ପ୍ରାକୃତିକ ଦୁର୍ବିପାକର ହାର ବଢ଼ିଚାଲିଛି। ସେଥିପାଇ ପର୍ଯ୍ୟଟନ ସହ ସଂଶ୍ଲିଷ୍ଟ ଥିବା ଅନୁଷ୍ଠାନମାନେ, ବ୍ୟବସାୟୀ, ଖୁଚୁରା ଦୋକାନୀ, ଉଠା ଦୋକାନୀମାନେ ମଧ୍ଯ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି। କୋଭିଡ୍ ପ୍ରଭାବରେ ଗତ ଦୁଇ ବର୍ଷରେ ଏହି ପର୍ଯ୍ୟଟନ ଭିତ୍ତିକ ଅନୁଷ୍ଠାନମାନେ ବିଶେଷ ରୂପେ କ୍ଷତିଗ୍ରସ୍ତ ହୋଇଥିଲା। ଏହି ସଂକ୍ରାନ୍ତରେ ପୁରୀର ହୋଟେଲ ଆସୋସିଏସନର କର୍ମକର୍ତ୍ତାମାନଙ୍କୁ ନେଇ ସ୍ଥାନୀୟ ବେନସନ୍ ହୋଟେଲ ଠାରେ ଏକ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ଗତ ଏପ୍ରିଲ ମାସ 17 ଓ ୧୮ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ର ମୁଖ୍ଯ ଉଦ୍ଦେଶ୍ଯ ଥିଲା ହୋଟେଲ ପରିଚାଳନାରେ ଥିବା ଅଧିକାରୀମାନଙ୍କର ସଚେତନତା ବୃଦ୍ଧି ଓ ପୁରୀକୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇ କ୍ଷମତା ବୃଦ୍ଧି କରାଇବା। ଏହାକୁ ସ୍ଥାନିୟ ସ୍ପନ୍ଦନ ଅନୁଷ୍ଠାନ(SPANDAN) , ଇଣ୍ଡିଆନ ହ୍ୟୁମାଟାରିଆନ ହବ୍, ସିଡସ୍ (SEEDS) ସଂସ୍ଥା ସହଯୋଗରେ ଆୟୋଜିତ କରାଯାଇଥିଲା। ଇୟୁଏସନ୍ (EQUATIONS) ବ୍ୟାଙ୍ଗଲୋର ସଂସ୍ଥା ତରଫରୁ ଜୟତ୍ରୀ ରାଏ ଓ ଶାଶ୍ବତ ମହାପାତ୍ର ମୂଖ୍ଯ ତାଲିମ ଦାତା ରୂପେ ପୁରୀକୁ ଏକ ଦୀର୍ଘ ସ୍ଥାୟୀ ଓ ପ୍ରାକୃତିକ ଦୁର୍ବିପାକ ରେଜିଲିଆଣ୍ଟ ପର୍ଯ୍ୟଟନ ସ୍ଥଳ ରୂପେ ଗଢି ତୋଳିବାକୁ ବୁଝାଇ ଥିଲେ। ଏହି କାର୍ଯ୍ୟକ୍ରମଟିରେ ଜିଲ୍ଲା ଆପଦା ପରିଚାଳନା କେନ୍ଦ୍ରରୁ ଡିପିଓ (DPO) ଶ୍ରୀଯୁକ୍ତ ସୁକାନ୍ତ ଦାସ୍ ମୁଖ୍ଯ ଅତିଥି ରୂପେ ଯୋଗ ଦେଇଥିଲେ। ସେ ତାଙ୍କ ଅଭିଭାଷଣରେ ପୁରୀକୁ ଏକ ମଲ୍ଟି- ଡିଜାଷ୍ଟର କ୍ଷେତ୍ର ରୂପେ ପରିଚୟ ଦେଇଥିଲେ। ଆମକୁ ବାତ୍ଯା ପାଇ ୪-୫ ଦିନ ଆଗରୁ ପ୍ରାକ୍ ସୁଚନା ମିଳିଯାଇପାରେ, କିନ୍ତୁ ସୁନାମି ପାଇ ୨୪ ଘଣ୍ଟାରୁ ମଧ୍ଯ କମ ସମୟ ମିଳେ। ଏଣୁ ହୋଟେଲ ଓ ପର୍ଯ୍ୟଟନର ଅନ୍ୟାନ୍ଯ ଅନୁଷ୍ଠାନ ଓ ସ୍ଥାନୀୟ ବାସିନ୍ଦାମାନେ ମଧ୍ଯ ଏଥିପାଇ ସଜାଗ ରହିବା ଆବଶ୍ୟକ।
ଏହି କାର୍ଯ୍ୟକ୍ରମରେ ପୁରୀ ହୋଟେଲ ଆସୋସିଏସନ ରୁ 25 ଜଣ ପରିଚାଳନା ଅଧିକାରୀ ଯୋଗଦେଇଥିଲେ। ବିଗତ ବର୍ଷ ମାନଙ୍କରେ ସ୍ଥାନୀୟ ପ୍ରଶାସନ ସହ ମିଶି ସେମାନେ ବାତ୍ଯା ପରବର୍ତ୍ତି କାଯ୍ଯକ୍ରମ ଗୁଡିକ ଉପରେ ଆଲୋଚନା କରିଥିଲେ। ପର୍ଯ୍ୟଟନର ଭ୍ଯାଲୁ ଚେନରେ ଉଠା ଦୋକାନୀ, ସମୂଦ୍ର କୂଳ ଦୋକାନୀ, ରାସ୍ତାକଡ ଦୋକାନୀ, ଚା ଦୋକାନୀ ଭଳି ଛୋଟ ଛୋଟ ବ୍ଯବସାୟୀ ଆସନ୍ତି। ସେମାନଙ୍କ ସୁରକ୍ଷା ବିଷୟରେ ମଧ୍ଯ ଆମ ମାନଙ୍କୁ ଭାବିବାକୁ ହେବ। ଏ ବିଷୟରେ ସାମୂହିକ ମତ ପ୍ରକାଶ ପାଇଥିଲା। ତାଲିମ କାର୍ଯ୍ୟକ୍ରମଟିକୁ ସଂନ୍ଦନ ଅନୁଷ୍ଠାନ ତରଫରୁ ବର୍ଷାରାଣି ମିଶ୍ର, ଦୁର୍ଗା ଦେ, ଅଭିଜିତ ଦେ, ସାଇନା ଘୋଷ ସୁଚାରୁ ରୂପେ ଆୟୋଜନ କରିଥିଲେ।