ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ବୈଦ୍ୟୁତିକ ଯାନର ଲୋକପ୍ରିୟତା ବୃଦ୍ଧି ପାଇଁ ସରକାରଙ୍କ ମଜବୁତ ପଦକ୍ଷେପ ଏବେ ସାରା ଦେଶରେ ଦୃଶ୍ୟମାନ ହେଉଛି ।
କେନ୍ଦ୍ର ଭାରୀ ଉଦ୍ୟୋଗ ମନ୍ତ୍ରୀ ଡଃ ମହେନ୍ଦ୍ର ନାଥ ପାଣ୍ଡେ ଏକ ଟ୍ୱିଟରେ ସୂଚନା ଦେଇଛନ୍ତି ନେଟ ଜିରୋ ନିର୍ଗମନ ଲକ୍ଷ୍ୟ ସହିତ ଦେଶ ଦ୍ରୁତ ଗତିରେ ବୈଦ୍ୟୁତିକ ଯାନ ଆପଣାଉଛି ।
କେନ୍ଦ୍ର ମନ୍ତ୍ରୀଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବେଶ ଉତ୍ସାହଜନକ ସୂଚନା! ବୈଦ୍ୟୁତିକ ବାହାନଗୁଡିକର ଲୋକପ୍ରିୟତା ବଢାଇବା ପାଇଁ ଆମ ସରକାର ଯେଉଁ ମଜବୁତ ପଦକ୍ଷେପ ନେଇଛନ୍ତି, ତାର ପ୍ରଭାବ ଏବେ ସାରା ଦେଶରେ ଦେଖିବାକୁ ମିଳୁଛି ।”