ଜୟପୁର- ଜୟପୁର ବ୍ଲକରେ ୩ଟି ସ୍ଥାନରେ ଭିନ୍ନକ୍ଷମ ସାମର୍ଥ ଶିବିର ଆୟୋଜନ କରିବାକୁ ସ୍ଥିର ହୋଇଥିଲା । ସେହି ଅନୁଯାୟୀ ଗୁରୁବାର ଡଙ୍ଗରଛିଂଚି ପଂଚାୟତ କାର୍ଯ୍ୟାଳୟ ଠାରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ୪ଟି ପଂଚାୟତର ଗ୍ରାମବାସୀ ସାମିଲ ହୋଇଥିଲେ । ଶିବିରରେ ୯୭ ଜଣ ରେଜିଷ୍ଟ୍ରେସନ କରିଥିବା ବେଳେ ୬୫ ଜଣଙ୍କୁ ପ୍ରମାଣ ପତ୍ର ଦିଆଯାଇଥିଲା । ୪୩ ଜଣଙ୍କୁ ବସ୍ ପାସ, ଜଣକୁ ଟ୍ରାଇ ସାଇକେଲ, ୧୪ ଜଣଙ୍କୁ ହ୍ୱିଲ୍ ଚେୟାର, ୧୧ ଜଣଙ୍କୁ ଶ୍ରବଣ ଯନ୍ତ୍ର, ୧୪ ଜଣଙ୍କୁ ଆୟ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ସେହିପରି ମଙ୍ଗଳବାର କୁମୁଲିପୁଟ ପଂଚାୟତ କାର୍ଯ୍ୟାଳୟରେ ଶିବିର ଆୟୋଜନ ହୋଇଥିଲା । ଏହି ଶିବିରରେ ୧୦ଟି ପଂଚାୟତର ଗ୍ରାମବାସୀ ସାମିଲ ହୋଇଥିଲେ । ଶିବିରରେ ୧୩୯ ଜଣ ରେଜିଷ୍ଟ୍ରେସନ କରିଥିବା ବେଳେ ୬୪ ଜଣଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବାକୁ ସ୍ଥିର କରାଯାଇଥିଲା । ୫୯ ଜଣଙ୍କୁ ଭିନ୍ନକ୍ଷମ ପରିଚୟ ପତ୍ର ପ୍ରଦାନ, ୫୯ ଜଣଙ୍କୁ ପାସ ବୁକ ପ୍ରଦାନ, ୫୦ ଜଣଙ୍କୁ ବସ୍ ପାସ ଦିଆଯାଇଥିଲା ।
ଅନୁରୂପ ଭାବେ ଶୁକ୍ରବାର୧୩ ତାରିଖରେ ଜୟପୁର ବ୍ଲକ କାର୍ଯ୍ୟାଳୟରେ ଆୟୋଜିତ ହେବାକୁ ଥିବା ଶିବିରରେ ୮ଟି ପଂଚାୟତ ବାସୀ ଓ ପୌରାଚଂଳ ବାସୀ ସାମିଲ ହେବା ନେଇ ନିଷ୍ପତି ହୋଇଛି । ଉକ୍ତ ଦିନ ଭିନ୍ନକ୍ଷମ ମାନେ ଉପସ୍ଥିତ ରହି ସରକାରି ଯୋଜନାରେ ସାମିଲ ହେବା ନେଇ ସଚେତନ କରାଯାଇଥିବା ଜଣାଯାଇଛି ।
ଆଜିର ଶିବିରରେ ବିଡିଓ ସୁରଜ କୁମାର ପଟ୍ଟନାୟକ, ଡିଏସଏସଓ ସିମାଚଂଳ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।