
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟନ୍ତୀରେ ଗୋପୀନାଥ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ଆଧୁନିକ ଓଡ଼ିଆ ଉପନ୍ୟାସର ଯୁଗସ୍ରଷ୍ଟା ତଥା ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ବିଜେତା ଗୋପୀନାଥ ମହାନ୍ତିଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରୁଥିବା ତାଙ୍କ ‘ମାଟି ମଟାଳ’, ‘ପରଜା’, ‘ଅମୃତର ସନ୍ତାନ’, ‘ଛାଇଆଲୁଅ’ ପରି କାଳଜୟୀ କୃତିଗୁଡ଼ିକ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ।