ଗଞ୍ଜାମ, ଭାରତ ସରକାରଙ୍କ ଯକ୍ଷ୍ମା ମୁକ୍ତ ଭାରତ ଯୋଜନାକୁ ଶତ ପ୍ରତିଶତ କାର୍ଯ୍ୟକାରୀ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଶେରଗଡ଼ ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ର ପୁରସ୍କୃତ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଉମାକାନ୍ତ ମିଶ୍ର ଆୟୋଜିତ ଏକ ଉତ୍ସବରେ ଶେରଗଡ଼ ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡାକ୍ତର ବସନ୍ତ କୁମାର ଦାଶଙ୍କୁ ସମ୍ମାନିତ କରିଛନ୍ତି ।
ଏଡିପିଏଚଓ ଡା. ଅବନୀକାନ୍ତ ପାତ୍ର, ଛତ୍ରପୁର ଉପଖଣ୍ଡ ଚିକିତ୍ସାଧିକାରୀ ଡା. ପ୍ରଫୁଲ୍ଲ ଗୌଡ଼ଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ ।