
ମାଲକାନଗିରି, ଓଡିଶା ରାଜ୍ୟ ବଜରଙ୍ଗଦଳ ଓ ବିଶ୍ବହିନ୍ଦୁ ପରିଷଦ ତରଫରୁ ଆହ୍ବାନ ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ପାଳନ ମାଲକାନଗିରି ଜିଲ୍ଲାର ମାଥିଲି, ପଡିଆ, ଚିତ୍ରକୋଣ୍ଡା, ଖଇରପୁଟ, ବାଲିମେଳା, ମାଲକାନଗିରି,କାଲିମେଳା, ଏମଭି ୭ ୯ ଓ ମୋଟୁ ଥାନା ଅଞ୍ଚଳ ରେ ଶାନ୍ତିପୂର୍ଣ ସହକାରେ ପାଳିତ ହୋଇଯାଇଛି । ପ୍ରକାଶ ଥାଉକି ଗତ ୧୨ ଓ ୧୪ ତାରିଖରେ ସମ୍ବଲପୁର ଜିଲ୍ଲାରେ ପାଳିତ ହେଉଥିବା ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ କିଛି ମୁସଲିମ ସମ୍ପ୍ରଦାୟ ର ଯୁବକ ମାନଙ୍କ ଦ୍ଵାରା ଟେକା ପଥର ମାଡ କରାଯାଇ ଶୋଭାଯାତ୍ରା ଟିକୁ ଅସ୍ତବ୍ୟସ୍ତ କରି ଦିଆଯାଇଥିଲା , ଯାହା ଫଳରେ ଏହି ଆକ୍ରମଣରେ ଶହେ ରୁ ଅଧିକ ହନୁମାନ ଭକ୍ତ ଆହତ ହୋଇଥିଲେ ଏବଂ ଆହତ ମାନଙ୍କୁ ଉପଯୁକ୍ତ ଚିକିତ୍ସା ନିମନ୍ତେ ଚିକିତ୍ସାଳୟ ରେ ଭର୍ତି କରାଯାଇଛି । ଆଜିକୁ ପାଞ୍ଚ ଦିନ ବିତିଯାଇଥିଲେ ମଧ୍ୟ ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ପୋଲିସ ତରଫରୁ ଅପରାଧୀଙ୍କୁ ଗିରଫ କରିବାରେ ବିଫଳ ହୋଇଥିବାରୁ ଶେଷରେ ବାଧ୍ୟହୋଇ ରାଜ୍ୟର ୧୪ ଗୋଟି ଜିଲ୍ଲାରେ ଏହି ବନ୍ଦ ପାଳନ ର ଆହ୍ୱାନ ଦିଆଯାଇଛି । ଆଜିର ଏହି ବନ୍ଦ ପାଳନ ଅବସରରେ କୁଡୁମୁଲୁଗୁମ୍ମା ବଜରଙ୍ଗଦଳ ଓ ବିଶ୍ବହିନ୍ଦୁ ପରିଷଦ ତରଫରୁ ଗୋପୀନାଥ ଦାସ ନେତୃତ୍ବ ନେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଅଜୟ କୁମାର ପଟ୍ଟନାୟକ,ଯୂଗଳ କିଶୋର ସ୍ୱ।ଇଁ, ଅଶୋକ କୁମାର ଆଡ୍ୟ,ଜ୍ୟୋତି ରଞ୍ଜନ ବେହେରା, ରମାକାନ୍ତ ଧାକଡ, ସନ୍ତୋଷ କୁମାର ସ୍ବାଇଁ, ପିଣ୍ଟୁ, ଦିବାକର ସାହୁ,ନୀଳାଞ୍ଚଳ ମହାନ୍ତି,ଦିପକ ରାଜୁ ଓ ସନ୍ତୋଷ ମହାରଣା ପ୍ରମୁଖ ଯୋଗଦେଇ ଆଜିର ବନ୍ଦ ପାଳନ କୁ ସଫଳତାର ସହ ଆୟୋଜନ କରିଥିଲେ!