କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ସଦାଶିବ ପରିସର, ପୁରୀ ତରଫରୁ ଆଧୁନିକ ବିଭାଗ ଆନୁକୂଲ୍ୟରେ ତା.୧୮ .୦୪.୨୦୨୩ରିଖ ଦିନ ପରିସରର ନିର୍ଦ୍ଦେଶକ ପ୍ରଫେସର ଅତୁଲ କୁମାର ନନ୍ଦଙ୍କ ସଭାପତିତ୍ୱରେ ଏକ ସ୍ୱାସ୍ଥ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଜଗନ୍ନାଥଙ୍କ ପାଦପଦ୍ମର ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା l ମୁଖ୍ୟ ଅତିଥି ରୂପେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଜାତା ମିଶ୍ର ଉଦଘାଟନ କରିଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଡାକ୍ତର ହରିବଲ୍ଲଭ ମହାପାତ୍ର, ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ସନ୍ତୋଷ ମିଶ୍ର ଏବଂ ବିଶିଷ୍ଟ ଫିଜିଥେରାପିଷ୍ଟ ଡାକ୍ତର ରାଧେଶ୍ୟାମ ରଥ ଯୋଗ ଦେଇ ଅଧ୍ୟାୟୀ ଏବଂ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନର ଉତ୍ତର ଦେବା ସହ ସୁଚିନ୍ତିତ ପରାମର୍ଶ ଦେଇଥିଲେ l ସନ୍ତୁଳିତ ଖାଦ୍ୟହିଁ ମନୁଷ୍ୟକୁ ଦୀର୍ଘାୟୁ କରେ ଏ ସମ୍ବନ୍ଧରେ ଚର୍ଚ୍ଚା ମଧ୍ୟ କରିଥିଲେ l ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଆଧୁନିକ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ଦାସ ମହାପାତ୍ର ଯୋଗ ଦେଇଥିଲେ | ଜି -୨o ର ନୋଡାଲ ଅଫିସର ଅଧ୍ୟାପକ ବିଶ୍ୱନାଥ ମିଶ୍ର ସଂଯୋଜନା କରିଥିବାବେଳେ ଅଧ୍ୟାପିକା ଡକ୍ଟର ସ୍ଵାଗତିକା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l ଆଧୁନିକ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଶତପଥି, ଡକ୍ଟର ରୁଦ୍ର ପ୍ରସାଦ ମିଶ୍ର, ଡକ୍ଟର ଶକ୍ତି ପ୍ରସାଦ ଦ୍ବିବେଦୀ, ଅଧ୍ୟାପିକା ପଦ୍ମଜା ଶତପଥି, ମଧୁସ୍ମିତା ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l
Related Stories
November 24, 2024
November 24, 2024