କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ସର୍ବଧର୍ମ ସମନ୍ୱୟ ମତବାଦର ପ୍ରଚାରକ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଦ୍ବାରା ପ୍ରତିଷ୍ଠିତ ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ପ୍ରାଚୀ ଗୁରୁଧର୍ମ କ୍ଷେତ୍ର ପରିସରରେ ଚଳିତ ମାସ ୨୩ ରୁ ୨୪ ତାରିଖ ଯାଏଁ ବାର୍ଷିକ ଗୁରୁଭକ୍ତ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିପାଇଁ ଆଶ୍ରମ ପରିଚାଳକ ବାବାଜୀ ଦାମୋଦର ଦାସଙ୍କ ଅଧ୍ୟକ୍ଷତାରେ ଏକ ଚୂଡାନ୍ତ ପ୍ରସ୍ତୁତି ବୈଠକରେ ବିଭିନ୍ନ ବିଭାଗର କାର୍ଯ୍ୟ ବଣ୍ଟନ ସହ କାର୍ଯ୍ୟ ପରିଚାଳନା ସଂପର୍କୀତ ଆଲୋଚନା ଓ ସମୀକ୍ଷା କରାଯାଇଥିଲା । ଏହି ସମ୍ମିଳନୀ ୫୭ତମ ବର୍ଷ ପୂରଣ କରିବାକୁ ଯାଉଛି । ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ମା’ ଓ ଭଉଣୀମାନଙ୍କ ନିରାପଦ ରହିବା ସ୍ନାନ, ପ୍ରସାଦ ବିତରଣ, ପାନୀୟ ଜଳ ଆଦିର ସୁବନ୍ଦୋବସ୍ତ କରାଯିବା ଉପରେ
ବୈଠକରେ ନିଷ୍ପ ନିଆଯାଇଥିଲା। ଖରାରୁ ରକ୍ଷା ପାଇବା ପାଇଁ ଡ. ରତ୍ନାକର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ନଡିଆ ପତ୍ରରେ ନିର୍ମିତ ଛାମୁଡିଆ ଆଶ୍ରମର ବିଭିନ୍ନ ସ୍ଥାନରେ ବିଛାଯିବାର ନିଷ୍ପତ୍ତି କରାଯାଇଛି। ଭକ୍ତ ସର୍ବଶ୍ରୀ ନୀଳମଣି ସାହୁ, ବସନ୍ତ ପାତ୍ର, ରମେଶ ବାରିକ, ବଂଶୀଧର ବାରିକ, ରମେଶ ସେନାପତି, ପବନ ବିଶ୍ବାଳଙ୍କ ସମେତ ବହୁ ଶିଷ୍ୟ,ଭକ୍ତ ବୈଠକରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିବାକୁ ସମ୍ମତି ଦେଇଛନ୍ତି
। ସମସ୍ତ ଭକ୍ତ, ଶିଷ୍ୟ ଓ ଶ୍ରଦ୍ଧାଳୁ କଟକ ବାଦାମବାଡି ବସଷ୍ଟାଣ୍ଡ, ଭୁବନେଶ୍ୱର ବସଷ୍ଟାଣ୍ଡ,ପୁରୀ ବସଷ୍ଟାଣ୍ଡ ଓ ଜଗତସିଂହପୁର ବସଷ୍ଟାଣ୍ଡରୁ କାକଟପୁର ବସ ଧରି ନୟାହାଟ ସ୍କୁଲ
ଛକରେ ଓହ୍ଲାଇଲେ ଏହି ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରେ ପହଂଚିବାକୁ ସୁବିଧା ହେବ।୧୯୬୭ ମସିହାରେ ଅକ୍ଷୟ ତୃତୀୟା ତିଥିରେ ସ୍ଵୟଂ ଗୁରୁଦେବ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନ ଆରମ୍ଭ କରିଥିଲେ ଏହି ବାର୍ଷିକ ଗୁରୁଭକ୍ତ ସମ୍ମିଳନୀ । ଏହି ପୂଣ୍ୟତୋୟା ପ୍ରାଚୀ ତଟରେ ସମବେତ ହେଉଛନ୍ତି ଓଡିଶା ତଥା ଭାରତର ବହୁ ସାଧୁସନ୍ଧି । ଏଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସମସ୍ତେ ଯୋଗଦାନ କରି ଗୁରୁକୃପା ଲାଭ କରିବା ସହ ଅଖଣ୍ଡ ନାମ ଓ
ଅଖଣ୍ଡ ଦୀପରେ ସାମିଲ ହେବା ପାଇଁ ସେବକ ପ୍ରୀତିରଂଜନ ଦାସ ନିବେଦନ କରିଛନ୍ତି ।
Related Stories
November 1, 2024