ଭୁବନେଶ୍ୱର, ସମ୍ବଲପୁର ଠାରେ ରାମ ନବମୀ ଏବଂ ହନୁମାନ ଜୟନ୍ତୀ ଶୋଭାଯାତ୍ରା ରେ ଆକ୍ରମଣ ଏବଂ ହତ୍ୟା ପ୍ରତିବାଦ ରେ ରାଜ୍ୟ ସରକାର ଙ୍କ ଉଦାସୀନତା କୁ ବିରୋଧ କରି ବିଶ୍ୱ ହିନ୍ଦୁ ପରିଷଦ ନେତୃତ୍ୱ ରେ ଆଜି ରାୟଗଡା ଜିଲ୍ଲାରେ ବନ୍ଦ ପାଳନ କରାଯାଇଛି ।
ବନ୍ଦ ସମୟରେ ସମସ୍ତ ଦୋକାନ ବଜାର, ସମସ୍ତ ଗାଡି ମୋଟର ଚଳାଚଳ, ସମସ୍ତ ଶିକ୍ଷା ଅନୁଷ୍ଠାନ, ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ, ସମସ୍ତ ବ୍ୟାଙ୍କ ବନ୍ଦ ରଖାଯାଇଛି ।
ସମ୍ବଲପୁର ରେ ହୋଇ ଥିବା ହିଂସା କାଣ୍ଡ କୁ ବିରୋଧ କରି ରାୟଗଡା ଜିଲ୍ଲା ବିଷମକଟକ ଓ ମୁନିଗୁଡା ଠାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।