ମାଲକାନଗିରି, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ଆରମ୍ଭ ହେଲା ସାଉଥ୍ ସୁପର ହିଟ୍ ଚଳଚ୍ଚିତ୍ର ପୁଷ୍ପା ପାର୍ଟ୍ -୨ର ସୁଟିଂ। ଆନ୍ଧ୍ର-ଓଡ଼ିଶା ସୀମାନ୍ତ ତରାବୁ ଜଳପ୍ରପାତ ନିକଟରେ ସିନେମାର ଏକ ଟିମ୍ ପହଞ୍ଚି ଏକ ଜଙ୍ଗଲୀ ସେଟ୍ ଅପ୍ ତିଆରି କରିଛନ୍ତି । ମାଲକାନଗିରି ଜିଲ୍ଲାପାଳ ଓ ଏସ୍.ପି.ଙ୍କ ଠାରୁ ଅନୁମତି ମିଳିବା ପରେ ପ୍ରଯୋଜକ ସଂସ୍ଥା ମୈତ୍ରୀ ମୁଭି ମେକର ପକ୍ଷରୁ ପୁଷ୍ପା-୨ ଚଳଚ୍ଚିତ୍ରର କିଛି ଅଂଶ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ସୁଟିଙ୍ଗ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।ଚଳଚ୍ଚିତ୍ର ନିର୍ମାଣ ସଂସ୍ଥାର ଏକ ଟିମ୍ ଗତ ଏକ ମାସ ଧରି ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲିଥିବା ବେଳେ ଶେଷରେ ସ୍ୱାଭିମାନ ଅଞ୍ଚଳର ଝୁଲା ପୋଲ, ହନ୍ତାଳଗୁଡା ଘାଟି ଓ ଗୁରୁପ୍ରିୟା ସେତୁ ନିକଟରେ ସୁଟିଂ କରିବା ନିମନ୍ତେ ଯୋଜନା କରିଛନ୍ତି । ଏନେଇ ମୈତ୍ରୀ ମୁଭି ମେକର ସଂସ୍ଥା ପକ୍ଷରୁ ଫାଇଟ୍ ମାଷ୍ଟର ପିଟର ହାଇନସ୍, କଳା ନିର୍ଦ୍ଦେଶକ ରାମକ୍ରିଷ୍ଣା, ଫାଇଟ୍ ମାଷ୍ଟର ଡ୍ରାଗନ ପ୍ରକାଶ, ସହକାରୀ ପ୍ରଯୋଜକ ସୁଭ୍ରମଣ୍ୟମ୍, ସହ ନିର୍ଦ୍ଦେଶକ ପ୍ରସାଦ ମାରିସେଟି, କ୍ୟାମେରାମ୍ୟାନ୍ ଦେବରାଜ ପ୍ରମୁଖ ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି ।
Related Stories
November 22, 2024