ବଲାଙ୍ଗିର- ବେଆଇନ ଭାବେ ଦାଦନ ଶ୍ରମିକ ଚାଲାଣ ବେଳେ ଆଜି ସକାଳେ ତୁରେକେଲା ରେଲୱେ ଷ୍ଟେସନରୁ ୩୨ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ । ସମସ୍ତଙ୍କ ଘର ବେଲପଡ଼ା ବ୍ଲକ୍ ଅଂଚଳରେ ବୋଲି ଜଣାପଡିଛି । ଉଦ୍ଧାର ଶ୍ରମିକ ମାନଙ୍କ ମଧ୍ୟରେ ୧୪ ଜଣ ଶିଶୁ ରହିଛନ୍ତି । ତେବେ ଏମାନଙ୍କୁ କିଏ ଓ କେଉଁଠିକୁ ଚାଲାଣ କରୁଥିଲା । ଏହି ଶ୍ରମିକ ମାନେ ପଞ୍ଜିକୃତ ହୋଇଛନ୍ତି କି ନାହିଁ ପୋଲିସ ସେନେଇ ଛାନଭିନ୍ ଜାରୀ ରଖିଛି ।
ପ୍ରକାଶ ଥାଉକି, ଗତକାଲି ମଧ୍ୟ ଅନୁରୂପ ଘଟଣା କ୍ରମେ କଂଟାବାଞ୍ଜି ରେଲୱେ ଷ୍ଟେସନରୁ ୧୬ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିଲେ । ବିଶେଷ କରି ସରକାରଙ୍କ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା (ଏନଆରଜିଏସ) ଫେଲ୍ ମାରିବା ଏବଂ ରୋଜଗାର ଓ କାମ ପାଇବାରେ ବିଫଳ ହେବା କାରଣରୁ ଅନ୍ୟ ଉପାୟ ନପାଇ ଏମାନେ ବହୁ ସଂଖ୍ୟାରେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଉଥିବା ପରିଲକ୍ଷିତ ହୋଇଛି ।