ବୌଦ୍ଧ : ସୋମବାର ଦିନ ପବିତ୍ର ଗଣେଷ ପୁଜା ଅବସରରରେ ସାରା ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ର ଛାତ୍ରୀ ଖୁସିର ଥିବା ବେଳେ ଜଣେ ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ଜଣେ ଛାତ୍ରୀ ଅସଦାଚରଣ ହୋଇଥିବା ଜଣାପଡିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ର ଧଳପୁର ପଞ୍ଚାୟତର ଖରସଙ୍କୁଲେଇ ସରକାରୀ ଉଚ୍ଚ ବିଦ୍ୟାଳୟରେ । ମିଳିଥିବା ସୁଚନା ମୁତାବକ ଗଣେଷ ପୂଜା ସରିବା ପରେ ଖରସଙ୍କୁଲେଇ ସରକାରୀ ଇଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ଭୋଗ ଖିଆପିଆ ସାରି ଅପରାହ୍ନରେ ଘରକୁ ଯିବା ସମୟରେ ପ୍ରଧାନ ଶିକ୍ଷକ ଧନଞ୍ଜୟ ପାତ୍ର ନିଦ୍ଦିଷ୍ଟ କିଛି ଛାତ୍ରୀଙ୍କୁ ଡାକି ନଡିଆ ପାଚକ ପାଚିକାଙ୍କୁ ଦେଇଦେବାକୁ କହିଥିଲେ । ଛାତ୍ରୀ ମାନେ ନଡିଆ ଦେଇଦେବାକୁ ଯାଉଥିବା ସମୟରେ ଶ୍ରୀ ପାତ୍ର ସେମାନଙ୍କ ମଧ୍ୟରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରକୁ କାମ ଅଛି ରହିଯା ବୋଲି କହିଥିଲେ । ଛାତ୍ରୀ ଜଣଙ୍କ ସାରଙ୍କ କଥା ମାନି ରହିଥିଲେ । ନିରୋଳାର ସୁଯୋଗ ନେଇ ହଠାତ ଧନଞ୍ଜୟ ଛାତ୍ରୀଙ୍କୁ ଧରି ପକାଇ ତାଙ୍କ ଶରୀରର ବିଭିନ୍ନ ସମ୍ବେଦନଶିଳ ସ୍ଥାନରେ ହାତମାରି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଶିକ୍ଷକଙ୍କ ଦ୍ୱାରା ଏଭଳି ଆଚରଣର ଶିକାର ହେବାପରେ ନିଜର ଜଣେ ସହପାଠିନିଙ୍କୁ ଡାକିବାରୁ ପ୍ରଧାନ ଶିକ୍ଷକ ଜଣଙ୍କ ତୋତେ ମୁଁ ଏକ ନୂଆ ଡ୍ରେସ କିଣିଦେବି । ମୋ ଫୋନ ନମ୍ବର ରଖ ସୁବିଧା ଦେଖି ଘର ଫୋନରେ ମୋ ସହିତ କଥା ହେବୁ କହିଥିଲେ । ଏହା ସହ ଏ କଥା ଯଦି କାହାରିକୁ କହିବୁ ମୁ ସ୍କୁଲରୁ ତୋତେ ଟିସି ଦେଇ ବାହାର କରିଦେବି ତୁ କୋଣସି ସ୍କୁଲରେ ପାଠ ପଢି ପାରିବୁନାହିଁ ବୋଲି ମଧ୍ୟ ପରୋକ୍ଷରେ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏହା ପରେ ପ୍ରଧାନ ଶିକ୍ଷକ ଶ୍ରୀ ପାତ୍ର ଅସଦାଚରଣ କରିଥିବା ନେଇ ନିଜର ସାଙ୍ଗ ମାନଙ୍କୁ କହିବା ପରେ ଯାଇ ଘରେ କହିଥିଲେ । ଛାତ୍ରୀର ପରିବାର ପକ୍ଷରୁ ହରଭଙ୍ଗା ଥାନାରେ ସୋମବାର ବିଳମ୍ବିତ ରାତିରେ ଏତଲା ଦିଆଯିବାପରେ ହରଭଙ୍ଗା ଥାନା କେସ ନଂ ୬୨/୧୯ ରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଜ୍ୟୋସ୍ନା କାଉଁରୀ ପ୍ରକାଶ କରିବା ସହ ଏହି କେସର ତଦନ୍ତ ଏସଡିପିଓ ସାଲେଷ୍ଟିନ ଟିଗା ନେବା ସହ ତଦନ୍ତ ଆରମ୍ଭ କରିଛନ୍ତି । । ସଂପୃକ୍ତ ପ୍ରଧାନ ଶିକ୍ଷକ ଫେରାର ହୋଇଥିବା ଜଣାପଡିଛି ।
It’s the best time to make some plans for the future and it is time to
be happy. I’ve read this post and if I could I want to suggest you few interesting things or suggestions.
Maybe you could write next articles referring to this article.
I wish to read more things about it! Ahaa, its nice dialogue about this piece of writing here at this webpage, I have read all that, so now me
also commenting here. Hi would you mind letting me know which web host
you’re working with? I’ve loaded your blog in 3 different internet browsers and I must say this blog loads a lot
quicker then most. Can you suggest a good web hosting provider at a reasonable price?
Cheers, I appreciate it! http://house.com/