ମାଲକାନଗିରି, ଓଡ଼ିଶା ସରକାର ତଥା ମାଲକାନଗିରି ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶକ୍ରମେ ଚିତ୍ରକୋଣ୍ଡା ତହସିଲଦାର ଟି.ପଦ୍ମନାଭ ଦୋରାଙ୍କ ନେତୃତ୍ୱରେ ମଙ୍ଗଳବାର ଦିନ ଏକ ଟିମ୍ ରାଲେଗଡ଼ା ପଞ୍ଚାୟତର ସାରକୁ ବନ୍ଧ ଗ୍ରାମରେ ପହଞ୍ଚି ଜନ ଶିବିର କାର୍ଯ୍ୟକ୍ରମ କରିଥିଲେ । ଉକ୍ତ ଶିବିରରେ ରାଲେଗଡ଼ା ସରପଞ୍ଚ କମଳୁ ହନ୍ତାଳ,ୱଡମେମ୍ବର, ଅଙ୍ଗନବାଡ଼ି, ଆଶାକର୍ମୀ, ଶିକ୍ଷକ, ବ୍ଲକ ଏପିଓ ଉଛବ ଗିର,ଅତିରିକ୍ତ ରାଜସ୍ବ ନିରୀକ୍ଷକ ଶ୍ରୀ ମହାରଣା, ଗ୍ରାମରୋଜଗାର ସେବକ ବଳରାମ ମାଝୀ,ବିଶ୍ଵନାଥ ଖିଲ ଉପସ୍ଥିତ ରହି ସହଯୋଗ କରିଥିଲେ ।ଜନଶିବିରରେ ଲୋକମାନେ ଜାତି ପ୍ରମାଣପତ୍ର , ଜନ୍ମ ପ୍ରମାଣପତ୍ର, ମୃତ୍ୟୁ ପ୍ରମାଣପତ୍ର, ବାସିନ୍ଦା ପ୍ରମାଣପତ୍ର ଓ ଆଧାର କାର୍ଡ ଇତ୍ୟାଦି ରାଲେଗଡ଼ା ପଞ୍ଚାୟତବାସୀ ଶିବିରରେ ଆବେଦନ କରିଥିଲେ। ପଞ୍ଚାୟତ ର ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି ଏହି ଶିବିରର ଫାଇଦା ନେଇଥିଲେ!ଶେଷରେ ସରପଞ୍ଚ କମଳୁ ହନ୍ତାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ!
Related Stories
November 22, 2024