ଭୁବନେଶ୍ୱର,ଆସନ୍ତା ଏପ୍ରିଲ ୨୧ ତାରିଖରେ ରାଜ୍ୟସ୍ତରୀୟ ଅଭିଭାବକ -ଶିକ୍ଷକ ବୈଠକ ଅନୁଷ୍ଠିତ ହେବ । ବୈଠକରେ ପିଲାଙ୍କୁ ମୋବାଇଲ କୁପ୍ରଭାବରୁ ରକ୍ଷା ପାଇଁ ଗାଇଡ୍ଲାଇନ୍ ଅଣାଯିବ । ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତୃପକ୍ଷ ଏହି ଗାଇଡ୍ ଲାଇନ୍ ପ୍ରସ୍ତୁତ କରିଛି । ବୈକରେ ଗାଇଡ୍ ଲାଇନ୍ ଦିଆଯିବା ସହ ଅଭିଭାବକମାନଙ୍କୁ ସଚେତନ କରାଯିବ ବୋଲି କହିଛି ଓସେପା ।
ଏହା ବ୍ୟତୀତ ସ୍କୁଲ ଉନ୍ନତି, ପିଲାମାନଙ୍କ ୟୁନିଫର୍ମ ଓ ପୁସ୍ତକ ଠିକ୍ ସମୟରେ ମିଳିବା ନେଇ ବୈଠକରେ ଆଲୋଚନା ହେବ । ପାଖ ପଡୋଶୀରେ ଯଦି କେହି ପିଲାର ନାମଲେଖା ବୟସ ହେଲାଣି, ତା ସମ୍ପର୍କରେ ଜଣାଇବାକୁ ଅଭିଭାବକମାନଙ୍କୁ କୁହାଯିବ । ଖରା ଛୁଟିରେ ପିଲା କ’ଣ କରିବେ, କିପରି ହୋମୱାର୍କ ଶେଷ କରିବେ ସେନେଇ ମଧ୍ୟ ବୈଠକରେ ଆଲୋଚନା ହେବ ।