କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ବଳିଆପଣ୍ଡା ମଙ୍ଗଳା ସାହି ସ୍ଥିତ ଏକ ମନ୍ଦିର ଜାଗା ଅନତି ବର୍ଷରୁ ଥିବା ବେଳେ ବସ୍ତି ବାସିନ୍ଦା ବି ପୂଜାପାଠ କରୁଥିଲେ | ହଠାତ ସେଇ ଜାଗର କିଛି ଯୁବକ ଏକ ସଂଘ କରି ସେଠି ବସ୍ତି ବାସିନ୍ଦା ଙ୍କୁ ଛୋଟ ନଜରରେ ଦେଖିବା ସହ ସେଠାରେ ପରିଶ୍ରମ କଲା ବେଳେ ନିଜର ସଞ୍ଜତ ରକ୍ଷା ନକରି ସେଠାରେ ପରିଶ୍ରମ କରୁଥିବାରୁ ବସ୍ତିର ଝିଅ ଓ ବୋହୁ ଘରୁ ବାହାରିବାକୁ ଲଜ୍ୟା ଅନୁଭବ କରୁଥିଲେ | ଏହି ଘଟଣା କୁ ଥାନାରେ ଜଣେଇବା ପରେ ବଳିଆପଣ୍ଡା ଥାନା ଅଧିକାରୀ ସୁଶାନ୍ତ ବାବୁ କୌଣସି କେଶ ଗ୍ରହଣ ନକରି ରଫାଦଫା କରିଦେଲେ | ବାରମ୍ବାର ଥାନା ଅଧିକାରୀ ସେଇ ଜାଗାକୁ ଆସି ସେଠାରେ ବସ୍ତି ବାସିନ୍ଦା ଙ୍କୁ ପୁରେଇ ନଦେବା ପାଇଁ ଷଡଯନ୍ତ୍ର କଲେ ଏବଂ ଥାନା ଅଧିକାରୀ ରାସ୍ତା ଘାଟରେ କିଛି ମଙ୍ଗଳା ସାହି ମୁରବି ଙ୍କୁ ଛୋଟଲୋକ ଦଳିତ ସେଇ ମନ୍ଦିର କି ସେଇ ଜାଗାକୁ ଗଲେ କେଶ ଲଗେଇବି ବୋଲି ସ୍ୱତନ୍ତ୍ର ସାହି ବାସିନ୍ଦା ଙ୍କୁ ରାସ୍ତାରେ ଧମକାଇଲେ | ସାହିର ସମସ୍ତ ଭଲ ମନ୍ଦ କାମ ମନ୍ଦିର ଜାଗା ପଡିଆରେ ଅନୁଷ୍ଠିତ ହୁଏ | ଏକଦା ଜଣଙ୍କ ଝିଅର ଉତ୍ସବ ନିମନ୍ତେ ଜାଗାକୁ ଯେତେବେଳେ ଆଲୋଚନା ପାଇଁ ଗଲେ ସେଠାରେ ଥିବା ସେବକ ଯୁବ ସଂଘର କିଛି ଜଣ ମାରପିଟ କଲେ ଦଳିତ-ଛୋଟଲୋକ-ବସ୍ତିଆ-ମେର୍ଚ୍ଛ ଲୋକ କହି ମାଡ ମାରିଲେ ଅନେକ ସାହି ବୈଜେଷ୍ଠ ମହିଳା ଙ୍କୁ ଦୁଃବ୍ୟବହାର କରିଲେ | ଏହାକୁ କେନ୍ଦ୍ର କରି ଥାନାରେ କେଶ ଦିଆଗଲା ହେଲେ ମହିଳା ଙ୍କ କେଶ ରଖାଗଲା ନାହିଁ | ରାସ୍ତାରୁ ମଙ୍ଗଳା ସାହି ଯୁବକ ମନୋଜ ମଣ୍ଡଳ ଙ୍କୁ ଉଠାଇ ନେଲେ ଥାନା ଆଇ.ଆଇ.ସି ବାବୁ ଅଟକ ରଖିଲେ | ସାହି ବାସିନ୍ଦା ଖବର ପାଇ ଥାନାକୁ ଗଲାରୁ କାହାକୁ ଥାନାକୁ ଛାଡିଲେନି | ମନୋଜ ମଣ୍ଡଳ ଏବଂ ଅନ୍ୟ ମହିଳା ମାନଙ୍କୁ ମିଛ କେଶ ରେ ଫସେଇବା ସହ ଡ୍ରଗ୍ସ ପୁଳାଏ ଧରେଇ କୋର୍ଟ ଚାଲାଣ କରିବେ ବୋଲି ଧମକ ଦେଲେ | ସିଟି ଡିଏସ୍ପି ସାର ବସ୍ତି ବାସିନ୍ଦା ଙ୍କ ସାପେକ୍ଷ ବିଚାର କରି ସେଠାରେ ସାହି ଝିଅର ଶତନ୍ତ୍ର ଉତ୍ସବ କରିବାକୁ ଅନୁମତି ଦେଇଥିଲେ | ହେଲେ ବଳିଆପଣ୍ଡା ଥାନା ଆଇ.ଆଇ.ସି ବାବୁ ଜୋର ଜବରଦସ୍ତି ସମସ୍ତଙ୍କୁ ଆଇନ ର ଆଖିଠାର ଦେଇ ସିଆରପିସି ୪୧ ଅନୁଯାଇ ଦସ୍ତଖତ ରଖି ଛାଡିଲେ | ପରବର୍ତୀ ମୁହୂର୍ତ୍ତ ରେ ଅନେକ ଲୋକଙ୍କୁ ଥାନା ବାହାରେ ଆଇ.ଆଇ.ସି ବାବୁ ବସ୍ତି ଲୋକଙ୍କୁ ଛୋଟଲୋକ ସେଠିକି କେବେ ମାଟି ମାଡିବନି ତୁମେ ଶଳା ଦଳିତ ସେଠି ସେବକ ପିଲା ଅଛନ୍ତି କହି ରାସ୍ତାରେ ଗାଳିମନ୍ଦ କରନ୍ତି | ମିଛ କେଶ ଲଗେଇବାର ଭୟ ଦେଖାନ୍ତି | ଏହା ସହ ମନୋଜ ମଣ୍ଡଳ ବଳିଆପଣ୍ଡା ବସ୍ତିର ହକ ପାଇଁ ଲଢେଇ କରେ | ବସ୍ତି ବାସିନ୍ଦା ଙ୍କୁ ସରକାରୀ ଯୋଜନା ଅନୁଯାଇ ପଟ୍ଟା ଯୋଜନାରେ ବସ୍ତି ବାସିନ୍ଦା ଙ୍କୁ ତାଙ୍କ ହକ ପ୍ରଦାନ କରିବାକୁ ବାରମ୍ବାର ଲଢେଇ କରି ପ୍ରଶାସନ କୁ ନାକେଦମ କରିଛନ୍ତି | ଜଣେ ସମାଜସେବୀ ହିସାବରେ ବସ୍ତି ସାହି ବାସିନ୍ଦା ଙ୍କ ସମସ୍ତଙ୍କ ଭଲ ମନ୍ଦରେ ଦିନ ଓ ରାତି ଅଧାରେ ଲୋକଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇ ଠିଆ ହୋଇଥାନ୍ତି | ପୁରୀ ଜ଼ିଲ୍ଲା ପ୍ରଶାସନ ଓ ବଳିଆପଣ୍ଡା ଥାନା ଅଧିକାରୀ ଙ୍କ ସହ କିଛିଜଣ କୁ-ଚକ୍ରାନ୍ତ କରି ଏକାଠି ହୋଇ ଥାନା ଆଇ.ଆଇ.ସି ବାବୁ ଙ୍କ ସହଯୋଗ ରେ ମନୋଜ ମଣ୍ଡଳ ଙ୍କ ନାମରେ ଆଇ.ପି.ସି ୧୧୦ ଦଫା ଅନୁଯାଇ ଜଣେ ପେସାଦାର ଅପରାଧିର ଆଖ୍ୟା ଦେଇ ବଳିଆପଣ୍ଡା ଥାନା ଅଧିକାରୀ ନୋଟିସ କରିଛନ୍ତି|
ସର୍ବଶେଷରେ ବଳିଆପଣ୍ଡା ବସ୍ତି ବିରୋଧରେ ପ୍ରଶାସନ ଓ ପୋଲିସ ର ଷଡ଼ଯନ୍ତ୍ରକୁ ସବୁବେଳେ ମନୋଜ ମଣ୍ଡଳ ଲଢେଇ କରୁଥିବାରୁ ପେସାଦାର ଅପରାଧୀଙ୍କୁ ଛାଡି ଜଣେ ସଂଗ୍ରାମୀ ବିରୋଧ ଦଳ ସାଲିସ ବିହୀନ ଯୁବନେତା ଙ୍କୁ ଟାର୍ଗେଟ କରିବା କେତେଦୂର ଠିକ ? ଏହାର ଜବାବ ଦିଆଯିବ ପ୍ରଶାସନ ଓ ପୋଲିସ ବିଭାଗ ଯଦି ଏହାର ପ୍ରାଶ୍ଚାତପ ନକରନ୍ତି ତେବେ ଜୋରଦାର ଆନ୍ଦୋଳନ ହେବ |
ସାମ୍ବାଦିକ ସମ୍ମିଳନୀ ରେ ବିଜୟ ନଗର ବସ୍ତି ସମ୍ପାଦକ ବା ଯୁବ କଂଗ୍ରେସ ଯୁବ ନେତା ମନୋଜ ମଣ୍ଡଳ, ବିଜୟ ନଗର ବସ୍ତି ସଭାପତି ବାସନ୍ତୀ ମୁଦି, ଯୁବ କଂଗ୍ରେସ ପୁରୀ ଯୁବନେତା ଆଲୋକ କୁମାର ଦାଶ, ଯୁବ କଂଗ୍ରେସ ନେତା ଅନିଲ ବେଜ, ମଙ୍ଗଳା ସାହି ସମ୍ପାଦକ ଦୁର୍ଗା ମାଧବ ସାହୁ ଙ୍କ ସହ ଗୁଲସନ ଘୋଷ ଓ ମିନା ପରିଡା ଅନ୍ୟ ସାହି ବସ୍ତି ବାସିନ୍ଦା ଙ୍କ ଉପସ୍ଥିତିରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ||