
ମହାନ ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ 26 ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ବିଜୁ ଯୁବ ଜନତା ଦଳ ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆ ଙ୍କ ନେତୃତ୍ୱରେ ସମୂହ ଦୀପଦାନ କରାଯାଇଥିଲା |ଏହାପରେ ମେଡିକାଲ ଛକ ଠାରେ ଥିବା ବିଜୁ ବାବୁ ଙ୍କର ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା |ଚନ୍ଦନ ହଜୁରୀ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପୁରୀ ଠାରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ୟୁଥ ହଷ୍ଟେଲ ଠାରେ ଶପଥ ଗ୍ରହଣ ଉତ୍ସବ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ରକ୍ତ ଦାନ ଶିବିର କୁ ପୂର୍ବତନ ନଗରପାଳ ସୁରେନ୍ଦ୍ର ଦାସ ଓ ରାମକୃଷ୍ଣ ଦାସ ମହାପାତ୍ର ଉଦଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ଗୌରହରୀ ପ୍ରଧାନ,ପୁରୀ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ନାରାୟଣ ସ୍ୱାଇଁ, ପୁରୀ ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ କିଶୋର ଛୋଟୋରାୟ, ରବିଶଙ୍କର ପ୍ରତିହାରୀ ,କାଶୀନାଥ ମହାସୁଆର, ଜୀବନବିନ୍ଦୁ ସହ ସଂଯୋଜକ ଭଗବାନ ପଢିଆରି,ଛାତ୍ର ନଗର ସଭାପତି ସାଗର ପାତ୍ର,ସନ୍ତୋଷ ବେହେରା, ଯୁବନେତା ଭୁବନମୋହନ ପୂଜାପଣ୍ଡା, ପ୍ରସନ୍ନ ମହାପାତ୍ର, ଅନନ୍ତ ପ୍ରଧାନ,ସୌମ୍ୟରଂଜନ ମହାନ୍ତି, ଶଙ୍ଖମିତ୍ର ସିଂହାରୀ,ବାଲିଗୁଆଳି ଗ୍ରା.ପ ସମିତିସଭ୍ୟା ମାମିନା ସାହୁ, ସମଙ୍ଗରା ଗ୍ରା.ପ ସମିତିସଭ୍ୟା ଗୀତାଞ୍ଜଳି ବେହେରା,ବାସୁଦେବପୁର ସମିତି ସଭ୍ୟ ଅରୁଣ ମିଶ୍ର, ଗଙ୍ଗାନାରାୟଣପୁର ଗ୍ରା.ପ ସମିତିସଭ୍ୟ ବ୍ରଜବନ୍ଧୁ ନାୟକ,ଜ଼ିଲ୍ଲା ଛାତ୍ର ସମ୍ପାଦକ ରାଜେଶ ତ୍ରିପାଠୀ, ସୋସାଇଟି ସଭାପତି ପ୍ରଭାକର ସାମର୍ଥା,ରାମଚନ୍ଦ୍ର ପଣ୍ଡା, ସୁରେଶ ଚନ୍ଦ୍ର ବାରିକ,ପୂର୍ଣଚନ୍ଦ୍ର ପଟ୍ଟନାୟକ,ବିଶ୍ଵକେତନ ଦାସ,ଅରୁଣିମା ନନ୍ଦ, ସନ୍ଧ୍ୟାରାଣୀ ଭଟ୍ଟ,ରୋଜାଲିନ ନାୟକ ପ୍ରମୁଖ ଉପସ୍ଥିତି ଥିଲେ l ରକ୍ତଦାନ ଶିବିରରେ 131 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l