କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ମହାନ୍ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 26 ତମ ଶ୍ରାଦ୍ଧ ଦିବସ ଅବସରରେ ବ୍ରହ୍ମଗିରି ବିଜୁ ଜନତା ଦଳ ପକ୍ଷରୁ କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଏହା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସଭା କାର୍ଯ୍ୟ ଆରମ୍ଭରୁ ଶ୍ରୀ ଦାସବର୍ମା ପ୍ରଦୀପ ପ୍ରଜ୍ବଳନ କରି ଜନ ନାୟକଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସଭା କାର୍ଯ୍ୟ ପରିଚାଳନା କରିଥିଲେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ବିଦ୍ୟାଧର ସ୍ଵାଇଁ। ଶ୍ରୀ ଦାସବର୍ମା ଜନ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ବକ୍ତବ୍ୟରେ କହିଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓଡ଼ିଆ ଜାତି ତଥା ଓଡ଼ିଶାର ଉତ୍ଥାନ ପାଇଁ ଆଜୀବନ ଉଦ୍ୟମ କରିଥିବା ନେତାଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ। ସେ ଥିଲେ ସାହସୀ, ସ୍ବାଭିମାନୀ, ଯୁଗସ୍ରଷ୍ଟା ଓ ଦୂରଦ୍ରଷ୍ଟା। ରାଜ୍ୟ ନୁହେଁ ଜାତୀୟ ରାଜନୀତିରେ ମଧ୍ୟ ବିଜୁ ବାବୁ ଥିଲେ ବେଶ୍ ପ୍ରଭାବଶାଳୀ । ନେହେରୁ ହୁଅନ୍ତୁ ବା ଇନ୍ଦିରା, ସବୁ ସମୟରେ ବିଜୁବାବୁଙ୍କର ଥିଲା ଅଖଣ୍ଡ ପ୍ରଭାବ। ସାଲିସ ବିହୀନ ରାଜନୀତି ଥିଲା ତାଙ୍କର ମନ୍ତ୍ର। ସେ କହିଥିଲେ ଗ୍ରାମ୍ୟ ଭିତ୍ତିଭୂମି କୁ ସୃଦୃଢ଼ କରିବା କୁ ହେଲେ ମା ମାନଙ୍କୁ ଆଗକୁ ଆଣିବାକୁ ପଡ଼ିବ। ତାଙ୍କ ସୁପୁତ୍ର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଉ ପାଦେ ଆଗେଇ ଯାଇ କହିଲେ ଯେଉଁ ଗାଁ ରେ ଜଣେ ପୁରୁଷ ଯେତିକି ଅଧିକାର ରହିଛି ମହିଳା ମାନଙ୍କର ବି ସେତିକି ଅଧିକାର ଅଛି ସେଥିପାଇଁ 50 ପ୍ରତିଶତ ମହିଳା ସଂରକ୍ଷଣ ପଞ୍ଚାୟତ ରାଜ ବ୍ୟବସ୍ଥାରେ କଲେ। ସେହି ମହାନ ଜନନାୟକଙ୍କୁ ଅନୁସରଣ କରି ଆମେ ସମସ୍ତ ନିର୍ବାଚିତ ପ୍ରତିନିଧି ଯଦି ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ଏହା ହିଁ ହେବ ସେହି ମହାନ ଆତ୍ମା ପ୍ରତି ଶେଷ ଶ୍ରଦ୍ଧାଞ୍ଜଳି। ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ଵପ୍ନାରାଣି ସ୍ଵାଇଁ, ପୁରୀ ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ କାର୍ତ୍ତବିର୍ଯ୍ୟ ସ୍ଵାଇଁ, କୃଷ୍ଣପ୍ରସାଦ ବ୍ଲକ ସାଂସଦଙ୍କ ପ୍ରତିନିଧି ରାଜକିଶୋର ବିଶ୍ୱାଳ, ବିଜୁ ଜନତା ଦଳ ବରିଷ୍ଠ ନେତା ଭଗବାନ ନାୟକ, ପୂର୍ଣ୍ଣଚନ୍ଦ୍ର ଗଡ଼ୁ, ରମେଶ ପଲେଇ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଲାଇ, କୃଷ୍ଣପ୍ରସାଦ ବ୍ଲକ ବିଜୁ ଜନତା ଦଳ ସଭାପତି ଲକ୍ଷ୍ମୀଧର ସାହୁ, ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରେଇ, ବ୍ରହ୍ମଗିରି ବ୍ଲକ ପୂର୍ବତନ ଅଧ୍ୟକ୍ଷା ନଳିନୀ ପ୍ରଭା ବରାଳ, ପୂର୍ବତନ ବ୍ରହ୍ମଗିରି ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ଵର ସାହୁ, ସନ୍ଦିପ କୁମାର ଜେନା, ପୁରୀ ସଦର ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ନିରଞ୍ଜନ ପରିଡ଼ା, ସାତପଡ଼ା ପଞ୍ଚାୟତ ପୂର୍ବତନ ସରପଞ୍ଚ ତ୍ରିନାଥ ସାମନ୍ତରାୟ, ସମିତି ସଭ୍ୟ ମଣ୍ଟୁ ପ୍ରଧାନ, ଛାତ୍ର ନେତା କେଭି ଲେଲିନ୍ ଜେନା, ବ୍ରହ୍ମଗିରି, କୃଷ୍ଣପ୍ରସାଦ ବ୍ଲକ, ପୁରୀ ସଦର 11 ଗୋଟି ପଞ୍ଚାୟତର ନବନିର୍ବାଚିତ ପ୍ରତିନିଧିଙ୍କ ସମେତ ବହୁ ବିଜୁ ପ୍ରେମୀ ଉପସ୍ଥିତ ଥିଲେ।
Related Stories
November 24, 2024
November 24, 2024