କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ଵିଶ୍ଵହିନ୍ଦୁପରିଷଦ, ଵଜରଙ୍ଗ ଦଳ ଓ ସଂଘ ପରିବାର ଆନୁକୁଲ୍ୟରେ ସମ୍ବଲପୁର ଠାରେ ଗତ ହନୁମାନ ଜୟନ୍ତୀ ଶୋଭାଯାତ୍ରା ରେ ହିନ୍ଦୁ ମାନଙ୍କ ଉପରେ ହୋଇଥିଵା ଵର୍ବରତା ଆକ୍ରମଣ ର ପ୍ରତିବାଦରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସମ୍ମିଳିତ ହିନ୍ଦୁସମାଜ ଦ୍ଵାରା ଏକପ୍ରତିଵାଦ ସଭା କରାଯାଇଥିଲା |ମହାମହୀମ ରାଜ୍ୟପାଳ ଓ ମାନନୀୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଙ୍କୁ ଦାଵୀପତ୍ର ଦିଆଯାଇଥୂଲା |ଭବିଷ୍ଯତରେ ଓଡିଶାରେ ଯଦି କେବେ ଏହାର ପୁନରାବୃତ୍ତିହୁଏ ତାହେଲେ ସାରାହିନ୍ଦୁସମାଜ ଦୃଢ ଯବାବ ଦେବ
ଵୋଲି ଵିଶ୍ବହିନ୍ଦୁ ପରିଷଦର ରାଜ୍ଯସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ କହିଥିଲେ | ସଭାପତି ସତ୍ୟନାରାୟଣ ଦାଶ ମଧ୍ୟ ଘୋର ନିନ୍ଦାକରିଥିଲେ |ରାଜ୍ୟ ସରକାରଙ୍କ ସଂଖ୍ୟାଲଘୁ ଦୃଷ୍ଟିକରଣ ନୀତିକୁ ନିନ୍ଦା କରିଛନ୍ତି |ବଜରଙ୍ଗ ଦଳ ପ୍ରମୁଖ ଶାନ୍ତନୁ ପାଣ୍ତେ , ଜୟନ୍ତ କୁମାର ଦାଶ, ସନ୍ତୋଷ କୁମାର ଖୁଣ୍ଟିଆ, ଦୋଳଗୋବିନ୍ଦ ପଣ୍ଡା, କିଶୋରୀ ମୋହନ ସିଂହ, ଅଶୋକ କୁମାର ଦାଶ, ରଘୁନାଥ ମହାପାତ୍ର, ଚିତ୍ତରଂଜନ ଆଚାର୍ଯ୍ୟ ଓ ବାମଦେବନାୟକ ଆଦି ପ୍ରତିବାଦ ସମୟରେ ଉପସ୍ଥିତ ଥିଲେ।
Related Stories
November 24, 2024
November 24, 2024