ଗଞ୍ଜାମ, ଆସିକା ସହକାରୀ ଦୌରାଜଜ୍ କୋର୍ଟ ଏକ ହତ୍ୟା ଉଦ୍ୟମ ମାମଲାର ବିଚାର କରି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି । ସମସ୍ତ ସାକ୍ଷ୍ୟ, ପ୍ରମାଣକୁ ଭିତି କରି ତିନି ଜଣ ଦୋଷୀ ମିଲୁ ସ୍ଵାଇଁ, କଂଗ୍ରେସ ସ୍ଵାଇଁ ଏବଂ ଭଜରାମ ସାହୁଙ୍କୁ ୭ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୪ ମାସ ଜେଲ୍ ଦଣ୍ଡ ଭୋଗିବାକୁ ହେବ ବୋଲି କୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୦୩ ସେପ୍ଟେମ୍ବର ୭ ତାରିଖରେ ଗାଙ୍ଗପୁର ଥାନା ଅନ୍ତର୍ଗତ ପଣିବନ୍ଧ ଗ୍ରାମର କୀର୍ତନ ଗୌଡ଼ କୋର୍ଟରେ ସାକ୍ଷ୍ୟପ୍ରଦାନ କରି ଫେରୁଥିବା ବେଳେ ଅଭିଯୁକ୍ତ ମାନେ ତାଙ୍କ ଉପରେ ଆକ୍ରମଣ କରିବା ସହ ହତ୍ୟା ଉଦ୍ୟମ କରିଥିଲେ । ଏନେଇ ଗାଙ୍ଗପୁର ଥାନାରେ କେସ୍ ନଂ ୮୦/୨୦୦୩ରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ଆସିକା ସହକାରୀ ଦୌରାଜଜ୍ କୋର୍ଟରେ କେସ୍ ନଂ ଏସଟି -୧୩/୧୩ରେ ମାମଲାର ବିଚାରଣା କରି କୋର୍ଟ ଆଜି ଉପରୋକ୍ତ ରାୟ ଶୁଣାଇଛନ୍ତି ।