-
ନିୟୋଜିତ ହେବେ ୪୫ ନୂଆ କର୍ମଚାରୀ
ଭୁବନେଶ୍ୱର, ଭୁବନେଶ୍ୱରରେ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର (ଫାୟାର ଷ୍ଟେସନ) ପ୍ରତିଷ୍ଠା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ଏହି ୩ଟି ଅଗ୍ନିଶମ ସେବା କେନ୍ଦ୍ର ତମାଣ୍ଡୋ, ମେଂଚଶ୍ୱର ଓ ପାହାଳରେ ପ୍ରତିଷ୍ଠା କରାଯିବ । ଏଥିପାଇଁ ୪୫ଟି ପଦବୀ ମଧ୍ୟ ଅନୁମୋଦନ କରାଯାଇଛି । ପ୍ରତ୍ୟେକ କେନ୍ଦ୍ରରେ ୧୫ ଜଣ ଲେଖାଏଁ କର୍ମଚାରୀ ରହିବେ । ଏଥିରେ ଜଣେ ଷ୍ଟେସନ ଅଫିସର, ଦୁଇ ଜଣ ଲିଡିଂ ଫାୟାରମ୍ୟାନ, ଜଣେ ଡ୍ରାଇଭର-ହାବିଲଦାର, ଜଣେ ଫାୟାରମ୍ୟାନ ଡ୍ରାଇଭର ଓ ୧୦ ଜଣ ଫାୟାରମ୍ୟାନ ଅଛନ୍ତି ।
ଭୁବନେଶ୍ୱରର କ୍ରମବର୍ଦ୍ଧିଷ୍ଣୁ ପରିସର ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଅଗ୍ନିଶମ ବ୍ୟବସ୍ଥାକୁ ସୁଦୃଢ କରି ଧନଜୀବନକୁ ସୁରକ୍ଷା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତି ନେଇଛନ୍ତି ।