ଭୁବନେଶ୍ୱର,ଆଇଏଏସ୍ ଅଧିକାରୀ ସରୋଜ କୁମାର ସାମଲଙ୍କୁ ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ବର୍ତମାନର ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି । ଏହାସହ ସହ ଶ୍ରୀ ତ୍ରିପାଠୀ ପୂର୍ବଭଳି ଭୁବନେଶ୍ୱର ଏସସିଏସଟିଆରଟିଆଇ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଏନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନ୍ୟପକ୍ଷରେ ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ପଦବୀକୁ ଯୁଗ୍ମ ସଚିବ ପଦବୀ ସହ ସମାନ ବୋଲି ଘୋଷଣା କରାଯାଇଛି ।
Related Stories
November 1, 2024