ଭୁବନେଶ୍ୱର, ସାରା ରାଜ୍ୟରେ ଗ୍ର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ରୀଷ୍ମ ପ୍ରବାହ ଜାରି ରହିଛି । ପ୍ରବଳ ତାତିରେ ସିଝୁଛି ରାଜ୍ୟର ଅଧିକାଂଶ ସହର । ୪୨.୬ ଡ଼ିଗ୍ରୀ ସହ ସବୁଠାରୁ ଉତପ୍ତ ସହର ପାଲଟିଛି ଝାରସୁଗୁଡା । ରାଜ୍ୟ ରାଜଧାନୀ ମଧ୍ୟ ତତଲା କଡେଇ ପାଲଟିଛି । ମଙ୍ଗଳବାର ଦିନ ସାଢେ ୨ ଟା ସୁଦ୍ଧା ଭୁବନେଶ୍ୱରରେ ୪୨.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆଗାମୀ ୨ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ୨୦ ତାରିଖ ପରେ କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଭାଗ ।
ଅପରପକ୍ଷରେ ୨୪ ଘଂଟାରେ ଗ୍ରୀଷ୍ମ ପ୍ରବାହ ପାଇଁ ୮ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ମୟୁରଭଂଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର । ସେହିପରି ଆସନ୍ତାକାଲି ପାଇଁ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ମୟୁରଭଂଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ସୋନପୁର, ଓ ବୌଦ୍ଧ ।
ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ଝାରସୁଗୁଡାରେ ୪୨.୬ ଡ଼ିଗ୍ରୀ, ଭୁବନେଶ୍ୱର ୪୨.୨ ଡ଼ିଗ୍ରୀ , ସମ୍ବଲପୁର ୪୨.୨ ଡ଼ିଗ୍ରୀ ,କେନ୍ଦୁଝର ୪୧.୦ ଡ଼ିଗ୍ରୀ , ହୀରାକୁଦ ୪୧.୦ ଡ଼ିଗ୍ରୀ , ଚାନ୍ଦବାଲି ୪୦.୮ଡ଼ିଗ୍ରୀ , ବାଲେଶ୍ୱର ୩୫.୮ ଡ଼ିଗ୍ରୀ , ପୁରୀ ୩୪.୫ ଡ଼ିଗ୍ରୀ , ଗୋପାଳପୁର୩୩.୬ ଡ଼ିଗ୍ରୀ ଓ ପାରାଦୀପରେ ୩୨.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।