ଭୁବନେଶ୍ଵର, ଗତ କିଛି ଦିନ ହେଲା ରାଜ୍ୟରେ ଦିନ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ପ୍ରବଳ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆଜି ଦିନ ୧୧ଟା ୩୦ ସୁଦ୍ଧା ରାଜ୍ୟର ୧୦ ସହରରେ ତାପମାତ୍ରା ୩୦ ଡ଼ିଗ୍ରୀ ଉପରେ ରହିଛି । ଆଜି ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ୪୦.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି ।
ସେହିପରି ସମ୍ବଲପୁରରେ ୩୯.୮ ଡ଼ିଗ୍ରୀ, କେନ୍ଦୁଝରରେ ୩୯.୪ ଡ଼ିଗ୍ରୀ, ଭୁବନେଶ୍ଵରରେ ୩୮.୬ ଡ଼ିଗ୍ରୀ, ବାଲେଶ୍ଵରରେ ୩୮.୪ ଡ଼ିଗ୍ରୀ, ହୀରାକୁଦରେ ୩୮.୪ ଡ଼ିଗ୍ରୀ, ଚାନ୍ଦବାଲିରେ ୩୭.୬ ଡ଼ିଗ୍ରୀ, ଗୋପାଳପୁରରେ ୩୬ ଡ଼ିଗ୍ରୀ, ପୁରୀରେ ୩୪ ଡ଼ିଗ୍ରୀ ଏବଂ ପାରାଦୀପରେ ୩୨.୨ ଡ଼ିଗ୍ରୀ ରହିଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।