ଭୁବନେଶ୍ୱର, ରାଜ୍ୟର ବିଭିନ୍ନ ଅଂଚଳରେ ନିଆଁ ଲାଗିଥିବାର ସୂଚନା ମିଳୁଥିବା ବେଳେ ଏହାକୁ ଲିଭାଇବା ଓ ନିଆଁ କିପରି ନ ଲାଗିବ ତାକୁ ନେଇ ବନ ବିଭାଗ ତତ୍ପର ହୋଇଛି ।
ପିସିସିଏଫ ଦେବୀ ଦତ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି ଯେ ଗତକାଲି 300 ରୁ ଅଧିକ ପଏଣ୍ଟ ରେ ନିଆଁ ଲାଗିଥିଲା । ସେହିପରି ଗତ 13 ଓ଼ 14 ରେ 800 ରୁ 900 ପଏଣ୍ଟ ରେ ନିଆଁ ଲାଗିଥିଲା। ସମ୍ବଲପୁର କୁ ଛାଡି ବାକି ଜିଲ୍ଲା ରେ 98 ପ୍ରତିଶତ ରୁ ଅଧିକ ନିଆଁ ଲିଭା ଯାଇଛି । ଗତ କିଛି ଦିନ ଭିତରେ କନ୍ଧମାଳ, କୋରାପୁଟ ଓ଼ କଳାହାଣ୍ଡି ରେ ଅଧିକ ନିଆଁ ଲାଗୁଛି ବୋଲି ସେ କହିଛନ୍ତି ।
ଗତ 7 ଦିନ ରେ ବେଶି ନିଆଁ ଲାଗିଥିବା 12 ଡିଭିଜନ ର ଡି ଏଫ ଓ଼ ଏବଂ ଜିଲ୍ଲାପାଳ ଙ୍କୁ ନେଇ ଶନିବାର ଉଚ୍ଚ ସ୍ତରୀୟ ବୈଠକ ବସିଥିଲା । ବୈଠକରେ ନିଆଁ କିପରି ନ ଲାଗିବ ସେଥିପାଇଁ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି । ସେହିପରି ନିଆଁ ଲଗାଉଥିବା ବ୍ୟକ୍ତି ଙ୍କ ଉପରେ ନଜର ରଖି କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦିଆଯାଇଛି ।