କଟକ , ମେଟ୍ରିକ ପରୀକ୍ଷାର ଖାତା ଦେଖା ସରିଛି । ଏହା ପରେ ପରୀକ୍ଷା ଫଳ ପ୍ରକାଶିତ କରିବା ପାଇଁ ଅନ୍ୟ ପ୍ରକ୍ରିୟା ମାନ ଚାଲୁ ରହିଛି । ମଇ ମାସ ଦ୍ୱିତୀୟାର୍ଧରେ ପରୀକ୍ଷା ଫଳ ପ୍ରକାଶ ପାଇପାରେ । ବୋର୍ଡ ଆହୁରି ଶୀଘ୍ର ପରୀକ୍ଷା ଫଳ ପ୍ରକାଶ କରିବାକୁ ଚେଷ୍ଟା କରୁଛି । ବୋର୍ଡ ଅଫ ସେକେଂଡାରୀ ଏଜୁକେସନ ଓଡିଶାର ସଭାପତି ରାମାଶୀଷ ହାଜରା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପରୀକ୍ଷା ଫଳ ତ୍ରୁଟିଶୂନ୍ୟ କରିବାକୁ ପ୍ରୟାସ ଚାଲିଛି ।
ଅନ୍ୟ ପକ୍ଷରେ ବୋର୍ଡର ଉପ ସଭାପତି ନିହାର ରଂଜନ ମହାନ୍ତି କହିଛନ୍ତି ଯେ ସୋସିଆଲ ସାଇନ୍ସ ବି ସେଟ୍ ତ୍ରୁଟିକୁ ନେଇ ବିଚଳିତ ହୁଅନ୍ତୁ ନାହିଁ । ୩ରୁ ୫ ହଜାର ପିଲା ପ୍ରଭାବିତ ହୋଇଥିଲେ । ଏହା ସର୍ଟଆଉଟ ହୋଇଛି ।