
-
ଟଳିଲା ବଡ ଧରଣର ଅଘଟଣ
ପୁରୀ,ଆଜି ପୂର୍ବାହ୍ନରେ ପୁରୀ ମାଳତୀପାଟପୁର ନିକଟରେ ସିଏନଜି ବୋଝେଇ ଏକ ଟ୍ରକ୍ ରୁ ଗ୍ୟାସ୍ ଲିକ୍ ହେଉଥିବା ଜଣାପଡିବା ପରେ ସେଠାରେ ଟ୍ରକ୍ ଟି ଅଟକି ରହିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ସେଠାରେ ପହଂଚି ପ୍ରାୟ ଅଧ ଘଂଟା ମଧ୍ୟରେ ଗ୍ୟାସ୍ ଲିକ୍ କୁ ନିୟନ୍ତ୍ରଣ କରିଛି । ଫୋମ୍ ଓ ପାଣି ସ୍ପ୍ରେ କରି ଅଗ୍ନିଶମ କର୍ମଚାରୀ ମାନେ ଏହାକୁ ଆୟତ କରିଥିଲେ । ଫଳରେ ଏକ ବଡ ଧରଣର ଅଘଟଣକୁ ଏଡାଇ ଦିଆଯାଇପାରିଛି ।