ଭୁବନେଶ୍ୱର, ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଟେଷ୍ଟିଂ ବଢାଇବା ସହ କଂଟାକ୍ଟ ଟ୍ରେସିଂ କରିବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହାସହ ସଂକ୍ରମଣ ରୋକିବାକୁ ହୋମ୍ ଆଇସୋଲୋସନ୍ ରେ ଥିବା କୋଭିଡ୍ ରୋଗୀଙ୍କ ଉପରେ ନଜର ରଖିବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ଟୁଇଟ୍ କରି ଏହି ସୂଚନା ଦେଇଛି ।
ସୂଚନାଯୋଗ୍ୟ ଯେ ସୋମବାର ରାଜ୍ୟରେ ୨୬୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ୍ ସକ୍ରିୟ ରୋଗୀ ସଂଖ୍ୟା ୧୬୭୦କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଦିନକରେ ୧୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।