କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ସମାଜ ସେବୀ,ସମାଜ ସଂସ୍କାରକ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ, ଗୋବର୍ଦ୍ଧନ ମଠ ପୀଠ ପରିଷଦ ର ପୂର୍ବତନ ସମ୍ପାଦକ ଶରତ ଜୟସିଂଙ୍କର ଭୁବନେଶ୍ୱର ର ଏକ ଘରୋଇ ଚିକିତ୍ସାଳୟ ରେ 62 ବର୍ଷ ବୟସ ରେ ହୃଦଘାତ ରେ ମୃତୁ ବରଣ ହୋଇଛି।
ପ୍ରଥମେ ତାଙ୍କର ପାର୍ଥିବ ଶରୀର କୁ ତାଙ୍କ ଜନ୍ମଭୂମି କଣାସ ର ସାହାନା କୁ ନିଆଯାଇଥିଲା ପୁରୀ ତାଙ୍କର କର୍ମଭୂମି ଆସି ବଡଦାଣ୍ଡ ରେ ତାଙ୍କ ପାର୍ଥିବ ଶରୀର ଶୋଭାଯାତ୍ରା ବାହାରି ସ୍ୱର୍ଗଦ୍ୱାର ରେ ପହଞ୍ଚିଥିଲା l ସମାଜ ସେବାର କ୍ଷେତ୍ରରେ ବହୁ ଉଲ୍ଲେଖନୀୟ କାର୍ଯ୍ୟ ମାନ କରିଥିଲେ l କୋଣାର୍କ ସୁରକ୍ଷା ସମିତି ର ପୂର୍ବତନ ସଭାପତି, ଗୋବର୍ଦ୍ଧନ ମଠ ପୀଠ ପରିଷଦ ର ପୂର୍ବତନ ସମ୍ପାଦକ, ଜଗତଗୁର ଶଙ୍କରାଚାର୍ଯ୍ୟ ଙ୍କ କ୍ଷମତା ପତ୍ର ପାଇ ବହୁତ ଉର୍ନତି ମୂଳକ କାର୍ଯ୍ୟକ୍ରମ କରିଥିଲେ, ସ୍ଵଶକ୍ତି ଜଗରଣମଞ୍ଚ ର ସମ୍ପାଦକ ଭାବେ ବହୁତ ଗୌରବମୟ କାର୍ଯ୍ୟମାନ କରି ପୁରୀ ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ l
ପୂର୍ବତନ ବିଧାୟକ ରମା ବଳିୟାରସିଂ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ, ଉପଜିଲ୍ଲାପାଳ ଭବତରଣ ସାହୁ, ଆଦିତ୍ୟ ବାହିନୀ ଅଧ୍ୟକ୍ଷ ଗଣେଶ୍ୱର ମହାସୁଆର, ତନ୍ମୟ ଚାଟାର୍ଜୀ, ଭାରତ ବିକାଶ ପରିଷଦ ରୁ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ, ପୁରୀ ସେବାସମିତି ତରଫ ରୁ ସୌମେନ୍ଦ୍ର ଦାସ, ରାମଦୟା ପରିଷଦର ମହନ୍ତ ଶ୍ରୀ ଶ୍ରୀ ଉମାଶଙ୍କର ଦାସ ଜି ମହାରାଜ,ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ମିଶନ ଓଡିଶା ରୁ ମଧୁସୂଦନ ମିଶ୍ର ,ସାହିଭାଇ ପକ୍ଷରୁ ବ୍ରଜବନ୍ଧୁ ମହାରଣା, ଚନ୍ଦ୍ର ଶେଖର ମିଶ୍ର, ନିର୍ମଳା ଫତେସିଂ, ଗୋବର୍ଦ୍ଧନ ମଠର ସଦସ୍ୟ ଓ ଭାରତ ସ୍କାଉଟ ଆଣ୍ଡଗାଇଡର ଦେବାଶିଷ ମିଶ୍ର ତାଙ୍କର ଶେଷ ଦର୍ଶନ କରିଥିଲେ |ଗୋବର୍ଦ୍ଧନ ମଠ ପକ୍ଷରୁ ଗୋବରଘଷି, ଘିଅ, ଚନ୍ଦନ କାଠ ଯୋଗାଇ ଦିଆଯାଇଥିଲା। ସରକାରୀ କଣାସ ହାଇସ୍କଲର ଆଲୁମିନି ଟ୍ରଷ୍ଟ ସଭାପତି ମହେଶ୍ବର ମାର୍ଥା, ସମ୍ପାଦକ ମହେନ୍ଦ୍ର କୁମାର ରଣ ସିଂହ, ସଞ୍ଜୟ କୁମାର ଛୁଆଳସିଂ, ସର୍ବେଶ୍ବର ପ୍ରଧାନ, ସୁକାନ୍ତ ଚନ୍ଦ୍ର ପାଇକରାଏ, ନକୁଳ ପାତୋଳା ସିଂହ, ଜ୍ଞାନ ବିକାଶ ଗଜେନ୍ଦ୍ର, ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ ରୂପଶ୍ରୀ ଛୋଟରାୟ, ନିଧି କୁମାର ରାଉତରାଏ, ଗଙ୍ଗାଧର ମିଶ୍ର,
ପୁଅ ସ୍ୱୟଂ ସ୍ୱସ୍ତିକ ଜୟସିଂ ମୁଖାଗ୍ନି ଦେଇଥିଲା ବେଳେ, ଝିଅ ସ୍ୱୟଂ ସ୍ୱରୂପା ଜୟସିଂ ନିକଟରେ ଉପସ୍ଥିତ ରହିଥିଲେ l ପୁରୀ ସହର ର ବହୁ ମନୟାଗଣ୍ୟ ବ୍ୟକ୍ତି ତଥା ବହୁ ସ୍ବେଛାସେବୀ ମାନେ ଉପସ୍ଥିତ ରହିଥିଲେ |