
ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହେଲା କୃଷି ବିଭାଗ
ଚାଷୀଙ୍କ ସହ ସିଧା କଥା ହେବେ ସରକାର
ଭୁବନେଶ୍ୱର ୧୨ ଡିସେମ୍ବର – କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ମୋ ସରକାର କାର୍ଯ୍ୟକ୍ରମରେ ସାମିଲ କରା ଯାଇଛି ।
ଏହି ଅବସରରରେ ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ୧୯୯୯ ମସିହାରେ ମହାବାତ୍ୟା ସମୟରେ ରିଲିଫ ଯୋଗାଣ ପାଇଁ ଓଡିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା । କିନ୍ତୁ ବର୍ତମାନ ସ୍ଥିତିରେ ବ୍ୟାପକ ପରିବର୍ତନ ଆସିଛି ଏବଂ ଓଡିଶା ଆଜି ସାଧାରଣ ବଂଟନ ବ୍ୟବସ୍ଥାକୁ ଶସ୍ୟ ଯୋଗାଣରେ ଦେଶରେ ତୃତୀୟ ସ୍ଥାନ ହାସଲ କରି ପାରିଛି । ଏହାର ଶ୍ରେୟ ରାଜ୍ୟର ଚାଷୀ ମାନଙ୍କର ବୋଲି ସେ କହିଛନ୍ତି । ସେହିପରି ଓଡିଶାକୁ ପାଂଚ ଥର କୃଷି କର୍ମଣ ପୁରସ୍କାର ମିଳିବାର ଶ୍ରେୟ ମଧ୍ୟ ଚାଷୀ ମାନଙ୍କର । ତେଣୁ ଚାଷ ଓ ଚାଷୀଙ୍କୁ ତାଙ୍କ ସରକାର ବିଶେଷ ଗୁରୁତ୍ୱ ଦେଇ ଆସିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଏହି ଅବସରରେ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ମୋ ସରକାରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସାମିଲ ହେବା ଆମ ଚାଷୀ ମାନଙ୍କର ସଶକ୍ତିକରଣ ପାଇଁ ବଳିÂ ପଦକ୍ଷେପ । କୃଷି ବିଭାଗର ପ୍ରକୃତ ମାଲିକ ହେଉଛନ୍ତି ଚାଷୀ । ତେଣୁ ସେମାନେଙ୍କର ଉନ୍ନତି ପାଇଁ ବିଭାଗର କର୍ମଚାରୀ ମାନଙ୍କୁ କାମ କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।
ସେ କହିଛନ୍ତି ଯେ କୃଷି ବିଭାଗ କାର୍ଯ୍ୟରେ ଚାଷୀ ମାନେ କେତେ ସନ୍ତୁଷ୍ଟ ହେଉଛନ୍ତି ଏବଂ ସରକାର କେତେ ସଫଳ ଭାବରେ ସେମାନଙ୍କୁ ସେବା ଯୋଗାଇ ଦେଉଛନ୍ତି , ତାହା ହେଉଛି ମୋ ସରକାରର ଲକ୍ଷ୍ୟ । ସେ କହିଥିଲେ ଯେ ସେ ନିଜେ ବ୍ୟକ୍ତିଗତ ଭାବରେ ଚାଷୀ ମାନଙ୍କୁ ଫୋନ କରିବେ ଓ ସେମାନେ ପାଉଥିବା ସେବା ସମ୍ପର୍କରେ ପଚାରି ବୁଝିବେ । ଯଦି ସରକାରୀ ସେବା ସମ୍ପର୍କରେ ଚାଷୀଙ୍କ ପ୍ରତିକ୍ରିୟା ଭଲ ରହେ ତେବେ କର୍ମଚାରୀ ମାନଙ୍କୁ ପ୍ରଶଂସା ପତ୍ର ସହିତ ପ୍ରୋତ୍ସାହନ ଦିଆ ଯିବ ଓ ନକରାତ୍ମକ ପ୍ରତିକ୍ରିୟା ସମ୍ପର୍କରେ ଦୃଢ କାର୍ଯ୍ୟାନୁÂାନ ନିଆ ଯିବ ।
କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ ଭାଷଣ ଦେଇ ବିଭାଗରେ ମୋ ସରକାରର ପ୍ରୟୋଗ ସମ୍ପର୍କରେ ଆଲୋକପାତ କରିଥିଲେ । କାଳିଆ ଯୋଜନା ପାଇଁ ଗ୍ରିଭାନ୍ସ ପୋର୍ଟାଲ ରହିବ । ଯେଉଁ ସମସ୍ୟା ନେଇ ଚାଷୀ ମାନେ ଆସିବେ ତାର ଆଲୋଚନା କରିବା ସହ ସମାଧାନ ପାଇଁ ଚେଷ୍ଟା କରା ଯିବ । କୃଷି ପାଇଁ ଥିବା ଫାର୍ମ ପଣ୍ଡର ପୁନରୁଦ୍ଧାର କରାଯିବାକୁ ନିଷ୍ପତି ଗ୍ରହଣ କରା ଯାଇଛି ।
୫ଟି ସଚିବ ଭିକେ ପାଣ୍ଡିଆନ ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ କୃଷି ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ ।
ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ, ବିଭାଗୀୟ ଉପଦେଷ୍ଟା, ମୁଖ୍ୟ ଶାସନ ସଚିବ ଓ ବରିÂ ପଦାଧିକାରୀ ଏବଂ ଭିଡିଓ କନଫ୍ରେନ୍ସରେ ୩୦ଟି ଜିଲ୍ଲାର ଜିଲ୍ଲାପାଳ ଓ କୃଷି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।