ପ୍ରତ୍ୟୁଷରେ ୫ ଟି ସଚିବ ଭି କେ ପାଣ୍ଡିଆନ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ ଅନ୍ୟାନ୍ୟ ପ୍ରକଳ୍ପ ଗୁଡିକ ର ନିର୍ମାଣ ଅଗ୍ରଗତି କାର୍ଯ୍ୟ ସମୀକ୍ଷା କରିଥିଲେ।ବାସେଳୀ ସାହି ଥାନା ଅନ୍ତର୍ଗତ ମାର୍କଣ୍ଡେଶ୍ୱର ସାହି-୨ ରେ ସ୍ୱଳ୍ପ ମୂଲ୍ୟ ରେ ଯାତ୍ରୀ ଓ ଶ୍ରଦ୍ଧାଳୁ ମାନଙ୍କ ରହିବା ପାଇଁ ୧୦ ଏକର ଜାଗାରେ ଧର୍ମଶାଳା ନିର୍ମାଣ କରାଯିବ।ଏହି ପ୍ରକଳ୍ପରରେ ୧୩୫ କୋଟି ଟଙ୍କା ବ୍ୟୟ ହେବାକୁ ଥିବାବେଳେ ୫ ଟି ବ୍ଲକ ବିଶିଷ୍ଟ ଏହି ଧର୍ମଶାଳା ରେ ୩୭୦୦ ଯାତ୍ରୀ ରହିବାର ବ୍ୟବସ୍ଥା ହେଉଛି।ସମଙ୍ଗ ର ୪୩ ଏକର ପରିମିତ ଅଞ୍ଚଳରେ ୬୭ କୋଟି ଟଙ୍କା ବ୍ୟୟରେ ପାର୍କିଂ ସ୍ଥଳର ବ୍ୟବସ୍ଥା ହୋଇଛି।ଏଠାରେ ୪୨୦ ଟି ବସ,୨୫୮ ଅଟୋ, ୫୪୯ ଚାରି ଚକିଆ ଗାଡି ଓ ୧୦୫୪ ଗୋଟି ଦୁଇ ଚକିଆ ଗାଡି ପାର୍କିଂ ର ବ୍ୟବସ୍ଥା ରହିଛି।୧୬୧ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧିନ ଶ୍ରୀ ସେତୁର ଗୋଟିଏ ପାର୍ଶ୍ଵ ଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥଳକୁ ରଥଯାତ୍ରା ପୂର୍ବରୁ ସଂଯୋଗ ପାଇଁ ତ୍ୱରାନ୍ୱିତ କାର୍ଯ୍ୟ କରିବାକୁ ନିର୍ମାଣ କାରୀ ସଂସ୍ଥା କୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମସ୍ତ କାର୍ଯ୍ୟ କୁ ଶ୍ରୀ ପାଣ୍ଡିଆନ ପରିଦର୍ଶନ କରି ଆବଶ୍ୟକୀୟ ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ଓବିସିସିର ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀ ଓ ଅନ୍ୟାନ୍ୟ ଅଧିକାରୀ, ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ।
Related Stories
November 24, 2024
November 24, 2024