କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଶ୍ରୀଜଗନ୍ନାଥ ସଂସ୍କୃତିକୁ ରୁଦ୍ଧିମନ୍ତ କରିଥିଲେ ଶ୍ରୀରାଧାରମଣ ଦେବ।ଶ୍ରୀରାଧାରମଣ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଶ୍ରୀଶ୍ରୀରାଧାରମଣ ଦେବଙ୍କ ପବିତ୍ର ଜୟନ୍ତୀ ଉତ୍ସବ ସ୍ଥାନୀୟ ଦେବୀଘାଟ ସ୍ଥିତ ଫକୀର ମୋହନ ବିଦ୍ୟା ମନ୍ଦିର ରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ଡ଼ଃ ପ୍ରମୋଦ କୁମାର ଦଳାଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶ୍ରୀରାଧାରମଣଙ୍କ ପ୍ରତି ଭକ୍ତିଅର୍ଘ୍ୟ ନିବେଦନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପ୍ରଶାସନ ଦ୍ୱାରା ସମ୍ମାନିତ ଯୁବ ଚିକିତ୍ସକ ଡାକ୍ତର ସୁନୀଲ କୁମାର ତରାଇ ଯୋଗ ଦେଇ ଛାତ୍ର ସମାଜ ପ୍ରତି ମହାପୁରୁଷ ମାନଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଶ୍ରୀମନ୍ଦିର ପାଇକ ନିଯୋଗ ସମ୍ପାଦକ ତଥା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଶ୍ରୀ ନୀଳମଣି ଗୁରୁ ଶ୍ରୀରାଧାରମଣ ଦେବ ଶ୍ରୀଜଗନ୍ନାଥ ସଂସ୍କୃତିକୁ ରୁଦ୍ଧିମନ୍ତ କରିଥିଲେ ବୋଲି କହିଥିଲେ।ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ପ୍ରଚଳିତ ଶ୍ରୀଜଗନ୍ନାଥ ଓ ଚନ୍ଦନ ଯାତ୍ରାରେ ସମସ୍ତ ଲୀଳା କୁ ତାଙ୍କ ଆବିର୍ଭାବ ର ୩୫୦ ବର୍ଷ ପରେ ଶ୍ରୀକ୍ଷେତ୍ରରେ ସିଏ ପୁନଃ ପ୍ରଚଳନ କରାଇଥିଲେ।ଶ୍ରୀମନ୍ଦିର ରେ ପାଦପଦ୍ମ ସ୍ଥାପନା ସହିତ ପୁରୀର ଅନେକ ମଠ ମନ୍ଦିର ସରଂକ୍ଷଣ କରିଥିଲେ ବୋଲି ମତ ରଖିଥିଲେ। ବିଶିଷ୍ଟ ଅତିଥି ଫକୀର ମୋହନ ବିଦ୍ୟା ମନ୍ଦିରର ଚେୟାରମ୍ୟାନ୍ ଅଭୟ ରାଉତ ଛାତ୍ର ମାନଙ୍କୁ ମହାପୁରୁଷ ଙ୍କ ପଥକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ। ଉକ୍ତ ସଭାରେ ଅନୁଷ୍ଠାନ ର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ଗୁରୁ ଚରଣ ଦାସ ସଭାପତିତ୍ୱ କରିଥିଲେ। ଉତ୍ସବ ଅବସର ରେ ଅନୁଷ୍ଠିତ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇ ସଭାସାଙ୍ଗ ହୋଇଥିଲା।ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କ ସହ ବହୁ ଶିକ୍ଷାବିତ ଯୋଗ ଦେଇଥିଲେ।
Related Stories
November 24, 2024
November 24, 2024