ପୁରୀ, ପ୍ରତିଦିନ ସନ୍ଧ୍ୟାରେ ପୁରୀ ବିଚ ରେ ଖୋଲୁଛି ଫାଷ୍ଟଫୁଡ ଷ୍ଟଲ। ଅସ୍ଵାସ୍ଥ୍ୟକର ପରିବେଶ ଭିତରେ ଖାଦ୍ୟ ପସରା ଖୋଲୁଛି। ବାଲି ଉପରେ ମାଛ ପକୋଡା, ଚିକେନ ପକୋଡା ଛଣାଯାଉଛି। ଅପରିଷ୍କାର ହେଉଛି ସ୍ଵର୍ଣ୍ଣାଭ ବେଳାଭୂମି। ରାତି ବଢିବା ସହ ମଦର ଆସର ବଢୁଛି। ଖାଦ୍ୟ ପସରା ଖୋଲା ରହୁଛି। ମାଛି ଓ ପୋକ ଖାଦ୍ୟରେ ବସୁଛନ୍ତି। ବିଶ୍ଵସ୍ତରୀୟ ପର୍ଯ୍ୟଟକ ସହରରେ ଏପରି ଅବସ୍ଥା ଦେଖି ବିଦେଶୀ ପର୍ଯ୍ୟଟକ ନାପସନ୍ଦ କରୁଛନ୍ତି। ଏହାସହ ପ୍ରବଳ ପଲିଥିନ ବ୍ୟବହାର ହେଉଛି। ସମୁଦ୍ର କୂଳେ ଚେୟାର ପକାଇ କୂଳ ଦଖଲ କଲେଣି ଉଠା ଦୋକାନୀ। ଖାଦ୍ୟ ସୁରକ୍ଷା ଅଧିକାରୀ ସନ୍ଧ୍ୟାରେ ଯାଞ୍ଚ କରୁନାହାନ୍ତି। ଯାହାଫଳରେ ଦୋକାନୀମାନେ ଖୁଲୁମ ଖୋଲା ବ୍ୟବସାୟ ଚଳାଇଛନ୍ତି। ଆଗକୁ ଆସୁଛି ବିଶ୍ଵପ୍ରସିଦ୍ଧ ରଥଯାତ୍ରା। ତେଣୁ, ଏଥିପ୍ରତି ପ୍ରଶାସନ ସତର୍କ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।
Related Stories
November 24, 2024
November 24, 2024