
ଗଞ୍ଜାମ, ଖଲ୍ଲିକୋଟ ବ୍ଲକରେ ୧୨୪୨ ଜଣ ହିତାଧିକାରୀଙ୍କୁ ଗ୍ରାମକଂଟକ ପଟ୍ଟା ବଂଟନ କରାଯାଇଛି । ଏହି ଅବସରରେ ସ୍ଥାନୀୟ ମର୍ଦ୍ଦରାଜ କଲ୍ୟାଣ ମଣ୍ଡପରେ ଆଜି ତହସିଲଦାର ରାଜକିଶୋର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଡ଼ିଓ ବିକ୍ରମ ଦୋରା, ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରା, ଏନଏସି ଅଧ୍ୟକ୍ଷ ଇଂ. ନିରଞ୍ଜନ ବେହେରା ଓ ଅତିରିକ୍ତ ତହସିଲଦାର ନବକିଶୋର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
ତହସିଲର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିବା ବେଳେ ସମସ୍ତ ରାଜସ୍ଵ ନିରୀକ୍ଷକ (ଆରଆଇ), ସୁପରଭାଇଜର ଉପସ୍ଥିତ ଥିଲେ । ବିଭିନ୍ନ ସ୍ଥାନରୁ ହିତାଧିକାରୀ ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।