-
କେଜରିୱାଲଙ୍କୁ ଟାର୍ଗେଟ କଲା ବିଜେପି
ଭୁବନେଶ୍ୱର, ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡ. ସମ୍ବିତ ପାତ୍ର ରବିବାର ଦିନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଗ୍ଲୋଭସ ପିନ୍ଧି ଦୁର୍ନୀତି କଲେ ଦୁର୍ନୀତି ଲୁଚି ଯାଏ ନାହିଁ ।
ଏଠାରେ ବିଜେପି କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ପାତ୍ର କହିଛନ୍ତି ଯେ ଗ୍ଲୋଭସ ପିନ୍ଧି ଦୁର୍ନୀତି କଲେ ଦୁର୍ନୀତି ବିଷୟରେ ଜଣା ପଡିବ ନାହିଁ ବୋଲି ବୋଧ ହୁଏ ଅରବିନ୍ଦ କେଜରିୱାଲ ମନେ କରୁଛନ୍ତି । ସେ ଭାବୁଛନ୍ତି ଯେ ଫିଙ୍ଗର ପ୍ରିଂଟ୍ସର ଚିହ୍ନ ନ ଥିବା କାରଣରୁ ସେ ଅପରାଧ କରି ନାହାନ୍ତି ।
ସେ କହିଛନ୍ତି ଯେ କେଜରିୱାଲ ମନୀଷ ସିସୋଦିଆଙ୍କ ଗ୍ଲୋଭସ ପିନ୍ଧି ଦୁର୍ନୀତି କରିଛନ୍ତି । ଅବକାରୀ ନୀତିରେ ଦୁର୍ନୀତି କରିଛନ୍ତି । ତେଣୁ ବର୍ତମାନ ସ୍ୱାଭାବିକ ଭାବେ ଗ୍ଲୋଭସ ଖୋଲା ଯିବା ଆବଶ୍ୟକ ।
ସେ କହିଛନ୍ତି ଯେ ଜାଂଚ କରୁଥିବା ଏଜେନ୍ସୀ ଗୁଡିକ ପ୍ରଫେସନାଲ ଏଜେନ୍ସି । ସେମାନେ ଭାବନା ଆଧାରରେ ନୁହଁ ବରଂ ତଥ୍ୟ ଆଧାରରେ କାମ କରିଥାନ୍ତି ।