ସାଲେପୁର, ମାହାଙ୍ଗା ବ୍ଲକର ଗୋତରା ପଂଚାୟତ ଅର୍ନ୍ତଗତ ଆପିଲୋ ଗ୍ରାମରେ ଖାତା ନଂ ୬୬୧ ପ୍ଲଟ ନଂ ୨୬୯ କିସମ ସର୍ବସାଧାରଣ ରାସ୍ତା ଉପରେ ସ୍ଥାନୀୟ ଅଂଚଳର ସରୋଜ କୁମାର ଦାସ ସ୍ଥାୟୀ ପକ୍କାଘର ନିର୍ମାଣ କରୁଥିବାରୁ ଏ ସଂପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଥିଲା । ତହସିଲ ପ୍ରଶାସନ ସଠିକ୍ ଭାବେ ମାପ ନ କରିବାରୁ ଏ ନେଇ ସୂର୍ଯ୍ୟକାନ୍ତ ପଣ୍ଡା ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ଦାଏର କରିଥିଲେ । ଡବ୍ଲ୍ୟୁପିସି ନଂ ୧୭୬୪୧/୨୦୨୨ କେସ ର ବିଚାର କରି ଓଡ଼ିଶା ଉଚ୍ଚନ୍ୟାୟାଳୟ ମାହାଙ୍ଗା ତହସିଲଦାରଙ୍କୁ ସର୍ବସାଧାରଣ ରାସ୍ତା ମାପ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାପ କେସ ନଂ-ଇ-୪/୨୦୨୩ରେ ତହସିଲ କାର୍ଯ୍ୟାଳୟ ମାହାଙ୍ଗା ପକ୍ଷରୁ ତା ୦୫.୦୪.୨୦୨୩ ରିଖ ଦିନ ୧୦ଟା ସମୟରେ ରଂଜନ କୁମାର ଖୁଣ୍ଟିଆ ଓ ବିରେନ୍ଦ୍ର କୁମାର ଭୋଇଙ୍କ ଉପସ୍ଥିତରେ ମାପ କରାଯିବା ପାଇଁ ଦିନ ଧାର୍ଯ୍ୟ କରାଯାଇ ଉକ୍ତଦିନ ମାପ କରାଯାଇଥିଲା । ରାସ୍ତା ମାପର ୬ ଦିନ ବିତିଯାଇଥିଲେ ମଧ୍ୟ ଦାୟିତ୍ଵରେ ଥିବା ଅମିନ ମାପ ସଂପର୍କୀତ ବିବରଣୀ ଅଭିଯୋଗକାରୀଙ୍କୁ ପ୍ରଦାନ କରୁନାହାନ୍ତି । ତହସିଲଦାରଙ୍କ କୌଣସି ନିର୍ଦ୍ଦେଶ ନଥିବାରୁ ସେ ମାପ ସଂପର୍କୀତ ତଥ୍ୟ ଦେଇପାରିବେ ନାହିଁ ଏ ସଂପର୍କରେ ଅଭିଯୋଗକାରୀ ସୂର୍ଯ୍ୟକାନ୍ତ ପଣ୍ଡା ତହସିଲଦାରଙ୍କୁ ପଚାରିବାରୁ ତହସିଲଦାର ତଥ୍ୟ ଦେବାକୁ ମନା କରିଦେଇଥିଲେ । ଯାହାକୁ ନେଇ ତହସିଲ ପ୍ରଶାସନ ପକ୍ଷରୁ ମାପର ସଠିକତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତୁରନ୍ତ ତହସିଲ ପ୍ରଶାସନ ସର୍ବସାଧାରଣ ଜମି ମାପର ତଥ୍ୟ ଅଭିଯୋଗକାରୀଙ୍କୁ ପ୍ରଦାନ କରିବାକୁ ସୂର୍ଯ୍ୟକାନ୍ତ ପଣ୍ଡା ଦାବି ଜଣାଇଛନ୍ତି ।
Related Stories
November 22, 2024